ନୂଆ ସଂସଦ ଭବନ ଉଦଘାଟନ ଉତ୍ସବ ପାଇଁ ଆସିଲା ନିମନ୍ତ୍ରଣ ପତ୍ର: ଜାଣନ୍ତୁ କେଉଁ ସମୟରେ ହେବ ଉଦଘାଟନ?

0

ନୂଆଦିଲ୍ଲୀ (ଆମ ଟିଭି): ସାରା ଦେଶବାସୀଙ୍କ ଉଦ୍ଦେଶ୍ୟରେ ନୂଆ ସଂସଦ ଭବନକୁ ଲୋକାର୍ପିତ କରିବେ ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୨୮ ତାରିଖ ମଧ୍ୟାହ୍ନ ୧୨ଟାରେ ନବନିର୍ମିତ ସଂସଦ ଭବନର ଉଦଘାଟନ କରିବେ । ଏଥିପାଇଁ ବିଧିବଦ୍ଧ ଭାବେ ସକାଳୁ ପୂଜାପାଠ ଆରମ୍ଭ କରାଯିବ । ନୂଆ ସଂସଦ ଭବନକୁ ନିର୍ମାଣ ପାଇଁ ୧୨ ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ନୂଆ ଭବନରେ ଅନେକ ପ୍ରକାରର ଅତ୍ୟାଧୁନିକ ସୁବିଧା ଉପଲବ୍ଧ ରହିଛି । ଏହାର ହଲରେ ୧୨୨୪ ସାଂସଦଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଛି ।

ନୂଆ ସଂସଦ ଭବନର ଉଦଘାଟନ ପାଇଁ ନିମନ୍ତ୍ରଣ ପତ୍ର ସାମ୍ନାକୁ ଆସିଛି । ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ମେ ୨୮ ମଧ୍ୟାହ୍ନ ୧୨ଟାରେ ପ୍ରଧାନମନ୍ତ୍ରୀ ନୂଆସଂସଦ ଭବନର ଉଦଘାଟନ କରିବେ । କାର୍ଡରେ ନୂଆ ସଂସଦ ଭବନର ଫଟୋଚିତ୍ର ମଧ୍ୟ ଉଲ୍ଲେଖ ରହିଛି । ସମସ୍ତ ଅତିଥିଙ୍କୁ କୁହାଯାଇଛି ଯେ ସେମାନେ ୧୧.୩୦ ସୁଦ୍ଧା କାର୍ୟ୍ୟକ୍ରମସ୍ଥଳରେ ପହଞ୍ଚିବେ ।

ଉଭୟ ଲୋକସଭା ଏବଂ ରାଜ୍ୟସଭାକୁ ୨୦୧୯ ଅଗଷ୍ଟ ୧୫ ତାରିଖରେ କେନ୍ଦ୍ର ସରକାର ନୂଆ ସଂସଦ ଭବନ ନିର୍ମାଣ ପାଇଁ ଅନୁରୋଧ କରିଥିଲେ । ଏହା ପରେ ୨୦୨୦ ଡିସେମ୍ବର ୧୦ତାରିଖରେ ନୂଆ ସଂସଦ ଭବନର ଅଧାର ରଖାଯାଇଥିଲା ଏହାର ନିର୍ମାଣ କାମର ଟେଣ୍ଡର ଟାଟା ପ୍ରୋଜେକ୍ଟକୁ ଦିଆଯାଇଥିଲା ।

 

Leave A Reply

Your email address will not be published.