ଜ୍ଞାନବାପୀ ମସଜିଦ୍ ମାମଲା: ୭ଟି ମାମଲାର ଏକାଠି ଶୁଣାଣି ହେବ

0

ନୂଆଦିଲ୍ଲୀ (ଆମ ଟିଭି): ପୁଣି ଚର୍ଚ୍ଚାରେ ଜ୍ଞାନବାପୀ ମସଜିଦ୍ ମାମଲା । ଜ୍ଞାନବାପୀ ମସଜିଦ ମାମଲା ସହ ଜଡ଼ିତ ସମସ୍ତ ୭ଟି ମାମଲାର ଏକାଠି ଶୁଣାଣି ହେବ। ବାରଣାସୀ ଜିଲ୍ଲା କୋର୍ଟ ଆଜି ଏହି ରାୟ ଦେଇଛନ୍ତି। ସୋମବାର ଦିନ ଏହି ମାମଲାର ଶୁଣାଣି ଶେଷ କରିବାପରେ ଜିଲ୍ଲା ବିଚାରପତି ରାୟ ସଂରକ୍ଷିତ ରଖିଥିଲେ। ତେବେ ଉକ୍ତ ମାମଲା ସହ ଜଡ଼ିତ ସମସ୍ତ ମାମଲାର ଏକାଠି ଶୁଣାଣି ହେବ ବୋଲି ବିଚାରପତି କହିଛନ୍ତି। ଉଲ୍ଲେଖଯୋଗ୍ୟ, ଜ୍ଞାନବାପୀ ବିବାଦ ସହ ଜଡ଼ିତ ସମସ୍ତ ମାମଲାକୁ ଏକାଠି କରିବାପାଇଁ ହିନ୍ଦୁ ପକ୍ଷର ୪ ଆବେଦନକାରୀ ଗତବର୍ଷ ଆବେଦନ କରିଥିଲେ। ଅର୍ଥ ଏବଂ ସମୟ ବଞ୍ଚାଇବା ସହ କୌଣସି ସମ୍ଭାବ୍ୟ ଆଇନଗତ ଜଟିଳତାକୁ ଏଡ଼ାଇବାପାଇଁ ସେମାନେ ମାମଲାଗୁଡ଼ିକୁ ଏକାଠି କରିବାପାଇଁ ଆବେଦନ କରିଥିଲେ।

ଉଲ୍ଲେଖଯୋଗ୍ୟ, ଜ୍ଞାନବାପୀ ମସଜିଦ ପରିସରରେ ଥିବା ବିବାଦୀୟ ଢାଞ୍ଚାର କାର୍ବନ ଡେଟିଂ ପାଇଁ ସୁପ୍ରିମକୋର୍ଟ ଗତ ମେ’ ୧୯ରେ ମନା କରିଦେଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ହେବା ପର୍ୟ୍ୟନ୍ତ ଏଏସ୍ଆଇ ଶିବଲିଙ୍ଗର କାର୍ବନ ଡେଟିଂ କରିବେନି ବୋଲି ସୁପ୍ରିମକୋର୍ଟ ମନା କରିଦେଇଥିଲେ। ଅଗଷ୍ଟ ୭ ତାରିଖରେ ଉକ୍ତ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

 

Leave A Reply

Your email address will not be published.