ରାଜ୍ୟରେ ଜାରି ରହିବ ଘଡଘଡି ବର୍ଷା

0

ଭୁବନେଶ୍ବର : ବିହାର ଓ ଉତ୍ତର ଓଡ଼ିଶା ଦେଇ ଗତି କରୁଥିବା ଏକ ଟ୍ରଫ୍‌ଲାଇନ୍‌ ଏବେ ପଶ୍ଚିମବଙ୍ଗ ଓ ସିକିମ୍‌ ହୋଇ ଆଭ୍ୟନ୍ତରୀଣ ଓଡ଼ିଶା ଅତିକ୍ରମ କରୁଛି। ଏହା ପ୍ରଭାବରେ ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ଜାରି ରହିଛି। ରବିବାର ଦିନ ମଧ୍ୟ ରାଜ୍ୟରେ ବିଭିନ୍ନ ସ୍ଥାନରେ ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ବର୍ଷା ହେବ। ବିଶେଷକରି ଉପକୂଳ ଓଡ଼ିଶା ଯଥା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ ଆଦି ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ଜୋର୍‌ରେ ବର୍ଷା ପବନ ହେବ। ୩୧ ତାରିଖ ଯାଏ ରାଜ୍ୟର କିଛି ସ୍ଥାନରେ ଏହିଭଳି ବର୍ଷା ହେବ। କିନ୍ତୁ ଏଥିପାଇଁ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଆସନ୍ତା ୫ଦିନ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକର ଦିନର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରି ଉପରେ ରହିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ରାଜ୍ୟରେ ପ୍ରଚଣ୍ଡ ଖରା ଓ ଗରମ ଜାରି ରହିଥିବା ବେଳେ ‌ଦକ୍ଷିଣ-ପଶ୍ଚିମ ମୌସୁମୀ ବିଳମ୍ବରେ ଆସିବା ଖବର ସମସ୍ତଙ୍କୁ ନିରାଶ କରିଛି। ଜୁନ୍‌ ୪ ଆଡ଼କୁ କେରଳ ଛୁଇଁବାର ସମ୍ଭାବନା ଥିବା ମୌସୁମୀ ପ୍ରାରମ୍ଭିକ ପର୍ଯ୍ୟାୟରେ ଦୁର୍ବଳ ରହିବ। ରଜ ସୁଦ୍ଧା ବି ମୌସୁମୀର ଓଡ଼ିଶାକୁ ଆଗମନର ସମ୍ଭାବନା କ୍ଷୀଣ। ଜୁନ୍‌ ତୃତୀୟ ସପ୍ତାହ ଆଡ଼କୁ ଓଡ଼ିଶାକୁ ମୌସୁମୀ ଆଗମନ ହେଲେ ସୁଦ୍ଧା ବି‌ଶେଷ ବର୍ଷାର ସମ୍ଭାବନା ନାହିଁ। ଫଳରେ ଆସନ୍ତା ଜୁନ୍‌ରେ ବି ପ୍ରଚଣ୍ଡ ଗରମ ଓ ଗୁଳୁଗୁଳିରେ କଟିବ ବୋଲି ଆଶଙ୍କା କରାଯାଉଛି

Leave A Reply

Your email address will not be published.