ହସ୍ପିଟାଲରେ ସତ୍ୟେନ୍ଦ୍ର ଜୈନଙ୍କୁ ଭେଟିଲେ ଅରବିନ୍ଦ କେଜ୍ରିୱାଲ

0

ନୂଆଦିଲ୍ଲୀ (ଆମ ଟିଭି): ଅସୁସ୍ଥତା କାରଣରୁ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ଏହାରି ଭିତରେ ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି ଥିବା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସୈତ୍ୟନ୍ଦ୍ର ଜୈନଙ୍କୁ ଭେଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ପ୍ରାୟ ଏକ ବର୍ଷ ପରେ ସୈତ୍ୟନ୍ଦ୍ରଙ୍କୁ ଭେଟିଛନ୍ତି କେଜ୍ରିୱାଲ । ମନିଲଣ୍ଡ୍ରିଂ ମାମଲାରେ ଗିରଫ ହୋଇଥିବା ସୈତ୍ୟନ୍ଦ୍ର ଜୈନଙ୍କୁ ନିକଟରେ ୬ ସପ୍ତାହ ପାଇଁ ଜାମିନ ମିଳିଛି । କେଜ୍ରିୱାଲ ତାଙ୍କୁ ଭେଟିଥିବା ବେଳର ଫଟୋ ଟ୍ୱିଟରରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ସୈତ୍ୟନ୍ଦ୍ରଙ୍କୁ ଆଲିଙ୍ଗନ କରୁଥିବାର ଦେଖିବାକୁ ମିଳିଛି ।

ସୈତ୍ୟନ୍ଦ୍ର ଜୈନ ତିହାର ଜେଲରେ ମୁଣ୍ଡବୁଲାଇ ବାଥରୁମରେ ପଡିଯାଇଥିଲେ । ଯାହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସୈତ୍ୟନ୍ଦ୍ରଙ୍କୁ ଡିଡିୟୁ ହସ୍ପିଟାଲରୁ ଦିଲ୍ଲୀର ଏଲଏନଜେପି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଗତ ଶୁକ୍ରବାର କୋର୍ଟ ତାଙ୍କୁ ମେଡିକାଲ ରିପୋର୍ଟ ଆଧାରରେ ଜାମିନ ପ୍ରଦାନ କରିଛନ୍ତି । ସୈତ୍ୟନ୍ଦ୍ରଙ୍କୁ ୨୦୨୨ ମେ ୩୦ରେ ଗିରଫ କରାଯାଇଥିଲା ।

Leave A Reply

Your email address will not be published.