ଶୁଭେନ୍ଦୁ ଅଧିକାରୀଙ୍କ ରାଲି ପରେ ଗଙ୍ଗାଜଳ ଛିଞ୍ଚିଲା ଟିଏମସି

0

କୋଲ୍‌କାତା: ରବିବାର ଦିନ ପଶ୍ଚିମବଙ୍ଗର ସୋନାରପୁରରେ ‘ବିଜେପି’ ନେତା ଶୁଭେନ୍ଦୁ ଅଧିକାରୀଙ୍କ ‘ରାଲି’ ଶେଷ ହେବା ପରେ ‘ତୃଣମୂଳ କଂଗ୍ରେସ’ ବିଧାୟିକା ତଥା ଅଭିନେତ୍ରୀ ଲଭ୍‌ଲି ମୈତ୍ର ସେ ସ୍ଥାନରେ ଗଙ୍ଗାଜଳ ପକାଇଛନ୍ତି। ‘ବିଜେପି’ ନେତାଙ୍କ ଗସ୍ତ ଯୋଗୁଁ ଏହି ମାଟି ଅପବିତ୍ର ହୋଇଯାଇଥିଲା ବୋଲି ସେ କହିଛନ୍ତି।

ପ୍ରାପ୍ତ ରିପୋର୍ଟ ଅନୁସାରେ, ରବିବାର ଅପରାହ୍ଣରେ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ଶୁଭେନ୍ଦୁ ଅଧିକାରୀଙ୍କ ‘ରାଲି’ ଶେଷ ହୋଇଥିଲା। ‘ରାଲି’ରେ ଉଦ୍‌ବୋଧନ ଦେଇ ଶୁଭେନ୍ଦୁ କହିଥିଲେ ଯେ, ସୋନାର୍‌ପୁରର ଦୁଇଜଣ ‘ତୃଣମୂଳ କଂଗ୍ରେସ’ ବିଧାୟକ ବିଧାନସଭାରେ ତାଙ୍କୁ ଖୁବ୍‌ ବିରକ୍ତ କରାଉଛନ୍ତି। ଏହି ‘ରାଲି’ରେ ସେ ‘ବିଜେପି’ କର୍ମୀମାନଙ୍କ ସହିତ ସେ ଅଞ୍ଚଳରେ ପଦଯାତ୍ରା ମଧ୍ୟ କରିଥିଲେ।

ଶୁଭେନ୍ଦୁ ‘ରାଲି’ ଶେଷ କରି ଯିବା କ୍ଷଣି ବିଧାୟିକା ଲଭ୍‌ଲି ମୈତ୍ରଙ୍କ ନେତୃତ୍ବରେ ଦଳେ ‘ତୃଣମୂଳ କଂଗ୍ରେସ’ କର୍ମୀ ସେ ଅଞ୍ଚଳକୁ ଯାଇ ମାଟି ପବିତ୍ର କରିବା ଲାଗି ଗଙ୍ଗାଜଳ ସିଞ୍ଚନ କରିଥିଲେ।

ମୈତ୍ର କହିଲେ, ସୋନାରପୁରର ମାଟି ପବିତ୍ର ମାଟି। ଏହି ପବିତ୍ର ମାଟିକୁ ଅପବିତ୍ର କରିବା ଲାଗି ବିରୋଧୀ ଦଳର ନେତା ଏଠାକୁ ଆସିଥିଲେ। ତେଣୁ, ଆମେ ଗଙ୍ଗାଜଳ ପକାଇ ଏ ମାଟିକୁ ପୁଣି ପବିତ୍ର କଲୁ।

ସେ ଆହୁରି ମଧ୍ୟ କହିଲେ, ବିରୋଧୀ ଦଳର ନେତା କେବେ ହେଲେ ବିଧାନସଭା ଗୃହରେ ନିଜ ଭୂମିକା ନିର୍ବାହ କରନ୍ତି ନାହିଁ। କେବେ କେବେ ସେ ଗୃହ ଭିତର କାଗଜ ପକାନ୍ତି, ପୁଣି କେତେ ବେଳେ ବିଧାନସଭା ବାଚସ୍ପତିଙ୍କୁ ଅପମାନ ଦିଅନ୍ତି।

ମୈତ୍ର ମଧ୍ୟ ଅଭିଯୋଗ କରିଛନ୍ତି ଯେ, ‘ଇଡି’ ଓ ‘ସିବିଆଇ’ ଚଢ଼ଉ କରିବେ କହି ଶୁଭେନ୍ଦୁ ‘ତୃଣମୂଳ କଂଗ୍ରେସ’ ବିଧାୟକମାନଙ୍କୁ ଧମକ ଦେଉଛନ୍ତି। କେନ୍ଦ୍ରୀୟ ତଦନ୍ତ ଏଜେନ୍‌ସି କ’ଣ ତାଙ୍କ ପୈତୃକ ସମ୍ପତ୍ତି? ନଚେତ ‘ଇଡି’ ଓ ‘ସବିଆଇ’ ଭୟ ଦେଖାଇ ସେ ଆମ ବିଧାୟକମାନଙ୍କୁ ଧମକ ଦିଅନ୍ତେ କିପରି? ସେ କ’ଣ କେନ୍ଦ୍ରୀୟ ଏଜେନ୍‌ସିମାନଙ୍କୁ ଚଳାଉଛନ୍ତି?

Leave A Reply

Your email address will not be published.