ଭୁବନେଶ୍ୱର (ଆମ ଟିଭି): ବିଜେଡି ଭିତରେ ଅସନ୍ତୋଷ ଏବେ ତୀବ୍ର ହେବାରେ ଲାଗିଲାଣି । ଏହାରି ଭିତରେ ଯାହା ଖବର ମିଳୁଛି, ବିଜେଡିରେ ଆଗକୁ ବିସ୍ଫୋରଣ ହୋଇପାରେ । ବିଜୁ ଜନତା ଦଳରେ ବିଧାୟକ ଏବଂ ସାଂସଦ ଅସନ୍ତୋଷ ଥିବା ନେଇ ଏକ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ନେତା ଜୁଏଲ ଓରାମ୍ । ଯାହାକୁ ନେଇ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜୁଏଲ ଓରାମ୍ କହିଛନ୍ତି, ବିଜେଡିର ସାଂସଦ ଏବଂ ବିଧାୟକମାନେ ତାଙ୍କ ସରକାରଙ୍କ କାର୍ୟ୍ୟରେ ଅସନ୍ତୁଷ୍ଟ ଅଛନ୍ତି, ମୋତେ ଜଣା ଅଛି ।
ବ୍ୟକ୍ତିଗତ ସ୍ତରରେ କଥାବାର୍ତା ଅଛି ।
ଆଗକୁ ବିସ୍ଫୋରଣ ହୋଇପାରେ । ସରକାର କାମରେ ବହୁ ସାଂସଦ ଏବଂ ବିଧାୟକ ଆସନ୍ତୁଷ୍ଟ ଅଛନ୍ତି, ବହୁ ଲୋକଙ୍କୁ ଜଣା । ଆଗକୁ ରାଜନୈତିକ ନିଷ୍ପତି କଣ ନେବେ କହି ହେବନି ଜୁଏଲ ଓରାମ୍ ଆହୁରି ମଧ୍ୟ କହିଛନ୍ତି କି, ଆମେ ଆମ ଦଳୀୟ କାର୍ୟ୍ୟକ୍ରମ କରୁଛୁ, ଶାସକ ଦଳରେ ମିଳିତ କାର୍ୟ୍ୟ କରିଥିଲୁ, ତେଣୁ ବହୁତ ଲୋକଙ୍କ ସହିତ ବ୍ୟକ୍ତିଗତ ପରିଚୟ ଅଛି, ସେମାନେ ସରକାରଙ୍କ କାମରେ ଅସନ୍ତୁଷ୍ଟ ଅଛନ୍ତି । କେବେ ବିସ୍ଫୋରଣ ହେବ କହି ହେବନି । ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ୟ୍ୟ ଉପରେ ବିଫଳତା ନେଇ ଆମେ ଜନ ଜାଗରଣ କରାଉଛୁ ।