ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୦୭ ଛୁଇଁଲା

0

ଭୁବନେଶ୍ବର: : ଓଡିଶାର ବାଲେଶ୍ବର ଜିଲ୍ଲା ବାହାନଗାଠାରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ କରମଣ୍ଡଳ, ମାଲବାହୀ ଟ୍ରେନ ଓ ବାଙ୍ଗାଲୁର ହାୱାଡା ଦୂରନ୍ତ ଏକ୍ସପ୍ରେସ ମଧ୍ୟରେ ଧକ୍କା ହୋଇଛି। ଟ୍ରେନ ଦୁର୍ଘଟଣାରେ ୨୦୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଟୁଇଟ କରି ଜଣାଇଛନ୍ତି। ଏସଆରସିଙ୍କ ସୂଚନା ଆଧାରରେ ଶ୍ରୀ ଜେନା ଏହି ତଥ୍ୟ ଦେଇଛନ୍ତି।
୯୦୦ ଯାତ୍ରୀ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଏବେ ବି ଟ୍ରେନର ବଗି ତଳେ ଅନେକ ଯାତ୍ରୀ ଚାପି ହୋଇ ରହିଛନ୍ତି। ତେବେ କ୍ରେନ ସାହାଯ୍ୟରେ ବଗିଗୁଡିକ ଉଠାଇବା କାର୍ଯ୍ୟ ଜାରି ରହିଛି। ଉଦ୍ଧାରକାର୍ଯ୍ୟରେ ପ୍ରାୟ ୫୦୦ରୁ ଅଧିକ ଉଦ୍ଧାରକାରୀ ଲାଗିଛନ୍ତି। ଉଦ୍ଧାର କାର୍ଯ୍ୟରେ ପ୍ରାୟ ୨୦୦ ଆମ୍ବୁଲାନ୍ସ ନିୟୋଜିତ ଥିବାବେଳେ ୧୦୦ରୁ ଅଧିକ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି।

Leave A Reply

Your email address will not be published.