ଦୁର୍ଘଟଣା ସ୍ଥଳ ପରିଦର୍ଶନ କଲେ ରାଜସ୍ବ ମନ୍ତ୍ରୀ

0

ଭୁବନେଶ୍ବର: ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ତାଙ୍କ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଟ୍ରେନ ତଳେ ଅନେକ ମୃତଦେହ ଚାପି ହୋଇ ରହିଥିବା ସେ କହିଛନ୍ତି। ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ଏମଏଲଏ ଓ ଏମପିମାନେ ଉପସ୍ଥିତ ଅଛନ୍ତି। ପ୍ରଶାସନ ଓ ପୁଲିସମାନେ ବି ନିୟୋଜିତ ଅଛନ୍ତି। ସମସ୍ତେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଜେସିବି ବି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

ସ୍ଥିତି ବହୁତ ଗମ୍ଭୀର ରହିଛି। ଜେସିବିରେ ବଗିକୁ କାଢ଼ି ମୃତଦେହକୁ ବାହାର କରାଯାଉଛି। ଲୋକ୍କୁ ହସପିଟାଲରେ ପହଞ୍ଚାଇବା ପ୍ରଶାସନର ପ୍ରାଥମିକତା ହୋଇଥିବାରୁ ଏହାକୁ ଗୁରୁତ୍ବର ସହିତ ଦେଖାଯାଉଛି। ଏସଆରସିଙ୍କ ସହ ୫ ବରିଷ୍ଠ ଅଫିସର ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

Leave A Reply

Your email address will not be published.