ଆହତ ଯାତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

0

ସୋର, : ବାଲେଶ୍ଵର ମେଡିକାଲରେ ଆହତ ଯାତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ, ଦୁର୍ଘଟଣା ଅତ୍ୟନ୍ତ ହୃଦୟବିଦାରକ। ଯାତ୍ରୀଙ୍କ ସ୍ଵାସ୍ଥ୍ୟସେବାକୁ ଗୁରୁତ୍ଵ ଦିଆଯିବ। ସ୍ଥାନୀୟ ଲୋକେ ଉଦ୍ଧାର କାର୍ୟ୍ୟରେ ଅକ୍ଳାନ୍ତ ପରିଶ୍ରମ କରିଥିଲେ। ଯାତ୍ରୀମାନଙ୍କୁ ଉଦ୍ଧାର କରିବା ସହ ହସ୍ପିଟାଲରେ ପହଞ୍ଚାଇଥିଲେ।

ସୂଚନାନୁଯାୟୀ, ଉଦ୍ଧାର କାର୍ୟ୍ୟରେ ଆହୁରି ୩ ଘଣ୍ଟା ସମୟ ଲାଗିବ। ଆଉ ୨ଟି ବଗି ଅଧିକ କ୍ଷତିଗ୍ରସ୍ତ ହୋଇଥିବାରୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ। ମୁଖ୍ୟ ଶାସନ ସଚିବ ଏନେଇ ସୂଚନା ଦେଇଛନ୍ତି। ଉଦ୍ଧାର କାର୍ୟ୍ୟରେ ୨୦୦ ଆମ୍ଵୁଲାନ୍ସ ନିୟୋଜିତ ଅଛନ୍ତି। ୪୫ଟି ମୋବାଇଲ୍ ହେଲଥ୍ ଟିମ୍ ଓ ୫୦ ଡାକ୍ତର ନିୟୋଜିତ ଅଛନ୍ତି। ଏସସିବିରୁ ୨୫ଟି ଡାକ୍ତରୀ ଟିମ୍, ମେଡିସିନ ସ୍ପେଶାଲିଷ୍ଟ ପଠାଯାଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶା ଆସୁଛନ୍ତି। ସେ ଦୁର୍ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.