ନୂଆଦିଲ୍ଲୀ(ଆମ ଟିଭି): ବାଲେଶ୍ୱର ବାହାନଗାରେ ହୋଇଥିବା ଟ୍ରେନ୍ ଦୁର୍ଘଟଣା ବର୍ତ୍ତମାନ ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି । କ’ଣ ପାଇଁ ଦୁର୍ଘଟଣା ହେଲା, ତାହା ଏବେ ସବୁଠି ଚର୍ଚ୍ଚା । ଏହାରି ଭିତରେ ଏହି ଘଟଣାକୁ ନେଇ ବର୍ଷିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆମେରିକା ଗସ୍ତରେ ଥିବା ଏହି ନେତା ଭାରତୀୟ ବଂଶୋଦ୍ଭବକୁ ଉଦବୋଧନ ଦେଇଛନ୍ତି । ସେ କହିଛନ୍ତି, କଂଗ୍ରେସ ସରକାର ବେଳେ ଟ୍ରେନ ଦୁର୍ଘଟଣା ହେଲେ ମନ୍ତ୍ରୀ ମାନେ ଉତରଦାୟିତ୍ୱ ନେଉଥିଲେ ଏବଂ ଇସ୍ତଫା ଦେଉଥିଲେ । ଏବେ କିନ୍ତୁ ଉତରଦାୟିତ୍ୱ କେହି ନେଉ ନାହାନ୍ତି ।
ସେହିପରି କଂଗ୍ରେସ କେବେ ଟ୍ରେନ ଦୁର୍ଘଟଣାକୁ ନେଇ ବ୍ରିଟିଶ ସରକାରକୁ ଦାୟୀ କରେନି । କିନ୍ତୁ ଏବେର ଶାସକ ଦଳର ନେତା ଭୁଲକୁ ସ୍ୱୀକାର ନକରି ଅନ୍ୟ ଉପରେ ଦୋଷ ଲଦିବା ପାଇଁ ଚେଷ୍ଟା କରୁଛନ୍ତି ।