କୋଲକାତା (ଆମ ଟିଭି): ଓଡ଼ିଶା ରେଳ ଦୁର୍ଘଟଣାକୁ ନେଇ ତେଜିବାରେ ଲାଗିଛି ରାଜନୀତି। ଏହି ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଟିଏମ୍ସି ଓ ବିଜେପି। ଓଡ଼ିଶା ବାହାନଗାରେ ହୋଇଥିବା ରେଳ ଦୁର୍ଘଟଣାର ସିବିଆଇ ତଦନ୍ତ ସମ୍ପର୍କରେ ଘୋଷଣା କରାଯିବା ପରେ ଏହାକୁ ସହଜେ ହଜମ କରି ପାରି ନାହାନ୍ତି ମମତା ବାନାର୍ଜୀ। ଏପରିକି ଏହାଦ୍ୱାରା କିଛି ଲାଭ ମିଳିବ ନାହିଁ ବୋଲି ବି କହିଛନ୍ତି।
ମମତାଙ୍କ ଏହି ବୟାନକୁ ନେଇ ତାଙ୍କୁ ଘେରିଛନ୍ତି ବିଜେପି ନେତା ତଥା ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ । ସେ କହିଛନ୍ତି: ଏହା ଅନ୍ୟ ରାଜ୍ୟର ଘଟଣା ହୋଇଥିବା ବେଳେ ମମତା ବାନାର୍ଜୀ କ’ଣ ପାଇଁ ଏତେ ଚିନ୍ତିତ । ଏଥିରେ ତାଙ୍କର କିଛି ଷଡଯନ୍ତ୍ର ଅଛି କି ? ସିବିଆଇ ତଦନ୍ତ ନାଁ ଶୁଣି କାହିଁକି ମମତା ବିଳିବିଳାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ।