ବିଦା ହେଲେ ରୋହିତ
ଭୁବନେଶ୍ୱର: ବଡ ଖବର ମନ୍ତ୍ରୀମଣ୍ଡଳରୁ ବାଦ୍ ପଡ଼ିଲେ ରୋହିତ ପୂଜାରୀ। ମନ୍ତ୍ରିମଣ୍ଡଳରୁ ବାଦ୍ ଦେବାକୁ ରାଜ୍ୟପାଳଙ୍କୁ ସୁପାରିସ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଚ୍ଚ ଶିକ୍ଷା ବିଭାଗର ଖରାପ ପ୍ରଦର୍ଶନ ପାଇଁ ବାଦ୍ ପଡ଼ିଥିବା ସୂଚନା ମିଳିଛି। ବାର୍ଷିକ ସମୀକ୍ଷାରେ ଖରାପ ପ୍ରଦର୍ଶନ ପାଇଁ ବାଦ୍ ପଡ଼ିଥିବା ସୂଚନା ମିଳିଛି।ରୋହିତ ପୂଜାରୀ ଉଚ୍ଚ ଶିକ୍ଷା ବିଭାଗ ବାଦ ପଡ଼ିବା ପରେ ଅତନୁ ସବ୍ୟସାଚୀଙ୍କୁ ଉଚ୍ଚଶିକ୍ଷା ବିଭାଗ ଦାୟିତ୍ୱ ଦିଆଯାଇଛି। ଅତନୁ ସବ୍ୟସାଚୀ ସ୍ୱାସ୍ଥ୍ୟ ଯୋଗାଣ ମନ୍ତ୍ରୀ ସହ ଉଚ୍ଚଶିକ୍ଷା ବିଭାଗ ଦାୟିତ୍ୱରେ ରହିବେ।
୨୦୨୨ରେ ରୋହିତ ପୂଜାରୀ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିଲା। କିଛି ଦିନ ତଳେ ହୋଇଥିବା ମନ୍ତ୍ରିମଣ୍ଡଳ ଅଦଳବଦଳ ପରେ ବି ସେ ମନ୍ତ୍ରୀ ଦାୟିତ୍ୱରେ ଥିଲେ।