ଏନସିପି ମୁଖ୍ୟ ଶରତ ପୱରଙ୍କୁ ଧମକ
ନୂଆଦିଲ୍ଲୀ: ତାଙ୍କ ହ୍ବାଟସ୍ଆପ୍ରେ ବାପା ଶରଦ ପାୱାରଙ୍କ ପ୍ରତି ଧମକ ବାର୍ତ୍ତା ପାଇଥିବା କହି ଗୁରୁବାର ଦିନ ‘ନ୍ୟାସ୍ନାଲିଷ୍ଟ୍ କଂଗ୍ରେସ ପାର୍ଟି’ (ଏନ୍ସିପି) ସାଂସଦ ସୁପ୍ରିୟା ସୁଲେ ମହାରାଷ୍ଟ୍ର ସରକାର ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।
ସୁପ୍ରିୟା ସୁଲେ କହିଛନ୍ତି, ଗୋଟାଏ ୱେବ୍ସାଇଟ୍ ମାଧ୍ୟମରେ ଶରଦ ପାୱାର୍ଙ୍କୁ ଧମକ ଦିଆଯାଇଛି। ଏହାର ବିଚାର ପାଇଁ ସେ ଥାନାକୁ ଆସିଛନ୍ତି।
ସୁଲେଙ୍କ କଥାରୁ ଉଦ୍ଧାର କରି ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’ କହିଛି, ପାୱାର୍ ସାହେବଙ୍କ ନାଁରେ ମୁଁ ହ୍ବାଟସ୍ଆପ୍ରେ ଗୋଟାଏ ମେସେଜ୍ ପାଇଛି। ତାଙ୍କୁ ଗୋଟାଏ ୱେବ୍ସାଇଟ୍ ଜରିଆରେ ଧମକ ଦିଆଯାଇଛି। ତେଣୁ, ଏହାର ବିଚାର କରିବା ଲାଗି ମୁଁ ପୁଲିସ ପାଖକୁ ଆସିଛି। ମୁଁ ମହାରାଷ୍ଟ୍ର ଗୃହମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ବି ଅନୁରୋଧ କରୁଛି। ଏଭଳି କାର୍ଯ୍ୟ ନିମ୍ନସ୍ତରର ରାଜନୀତି। ଏହାକୁ ବନ୍ଦ କରାଯିବା ଉଚିତ।