ପବନ ବହିଲେ ବିଜୁଳି କାଟିବାକୁ ବାଧ୍ୟ: ଶକ୍ତି ମନ୍ତ୍ରୀଙ୍କ ଅଜବ ଉତ୍ତର

0

ଭୁବନେଶ୍ୱର (ଆମ ଟିଭି): ରାଜ୍ୟରେ ଆଘୋଷିତ ବିଦ୍ୟୁତ୍ କାଟକୁ ନେଇ ଏବେ ସବୁଠି ଅସନ୍ତୋଷ ଦେଖିବାକୁ ମିଳୁଛି । ରାଜଧାନୀ ଭୁବନେଶ୍ୱରରେ ବି ଘଣ୍ଟା ଘଣ୍ଟା ବିଜୁଳି କଟୁଛି । କିନ୍ତୁ ଆଜି ପାୱାରକଟକୁ ନେଇ ଅଜବ ଯୁକ୍ତି, ରଖିଛନ୍ତି ଶକ୍ତି ମନ୍ତ୍ର ପ୍ରତାପ ଦେବ । କହିଛନ୍ତି, ପାୱାରକଟ୍ କେଉଁଠି ହେଉନି । ବାରମ୍ବାର ଗଣମାଧ୍ୟମକୁ କହିଛି, ପାୱାରକଟ୍ ଶବ୍ଦ ବ୍ୟବହାର କରନ୍ତୁ ନାହିଁ । ପବନ ବହିଲେ ବିଦ୍ୟୁତ୍ କାଟିବାକୁ ବାଧ୍ୟ ।

କାଳବୈଶାଖୀ ଯେଉଁଭଳି ହେଉଛି, ଖୁଣ୍ଟ ଉପୁଡୁଛି । ଆଖି ପିଛୁଳାକେ ଏ କାମ ହୋଇଯିବନି । ଉପଭୋକ୍ତାମାନେ ଯେତେ ବିଦ୍ୟୁତ୍ ବ୍ୟବହାର କରୁଛନ୍ତି, ସେ ହାରରେ ଭିତ୍ତିଭୂମି ନାହିଁ । ଲୋଡ୍ କାପାସିଟି ସମ୍ଭାଳିବା ବଡ ଚ୍ୟାଲେଞ୍ଜ । ପାୱାର ସର୍ଟେଜ୍ ଅଛି ଏକଥା କହିବା ଭୁଲ୍ । ଭିତିଭୂମିର ତ୍ରୁଟି ରହିଛି । ରାଜ୍ୟ ସରକାରଙ୍କ କାମ ହେଉଛି କମ୍ପାନୀଗୁଡିକୁ ତାଗିଦ୍ କରି କାମ କରିବା ।
ସେପଟେ, ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ଜରୁରୀ ବୈଠକ ଡାକିଲେ ମୁଖ୍ୟ ଶାସନ ସଚିବ । ଆସନ୍ତା ସୋମବାର ବୈଠକ ଡାକିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଲୋକସେବା ଭବନରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ବୈଠକରେ ରାଜ୍ୟର ୪ ବିତରଣ କମ୍ପାନୀର ସିଇଓଙ୍କୁ ଡକାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.