ଅକ୍ଟୋବର ୧୫ ଭାରତ, ପାକିସ୍ତାନ ମୁହାଁମୁହିଁ
ନୂଆଦିଲ୍ଲୀ: କ୍ରିକେଟ ଦିନିକିଆ ବିଶ୍ୱକପ୍ ୨୦୨୩ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଇସିସି ଖୁବ୍ଶୀଘ୍ର ଏହା ତାଲିକା ଜାରି କରିପାରେ। ତେବେ ଭାରତ ଓ ପାକିସ୍ତାନ ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିଛି। ଏଭଳି ସ୍ଥିତିରେ ଦୁଇ ଦେଶର ମ୍ୟାଚ୍ ନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି।
ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୧୫ ତାରିଖରେ ଭାରତ ଓ ପାକିସ୍ତାନ ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ। ବିଶ୍ୱକପ୍ରେ ଭାରତ ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ ସହିତ ଖେଳିପାରେ ବୋଲି କୁହାଯାଉଛି। କ୍ରିକ୍ ଇନ୍ଫୋର ରିପୋର୍ଟ ଅନୁସାରେ ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ ଅକ୍ଟୋବ ୫ ତାରିଖରେ ଖେଳାଯିବ। ଏହାର ୧୦ ଦିନ ପରେ ଅହମ୍ମଦାବାଦରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ।
ତେବେ ପାକିସ୍ତାନକୁ ଭେଟିବା ପୂର୍ବରୁ ଭାରତ ଅକ୍ଟୋବର ୮ ତାରିଖରେ ପ୍ରଥମେ ଅଷ୍ଟ୍ରେଲିଆକୁ ସହ ମୁକାବିଲା କରିବ। ଏହାପରେ ୧୧ ତାରିଖରେ ଦିଲ୍ଲୀରେ ଆଫଗାନିସ୍ତାନ ଓ ୧୯ ତାରିଖରେ ପୁଣେର ବାଂଲାଦେଶକୁ ଭେଟିବ ଟିମ୍ ଇଣ୍ଡିଆ।
୨୦୧୪ ପର ଠାରୁ ଆଇସିସିର ଗୋଟିଏ ବି କପ୍ ଜିତି ନାହିଁ ଭାରତ
ସୂଚନା ଥାଉକି ୨୦୧୪ ପର ଠାରୁ ଭାରତ ଆଇସିସିର ଗୋଟିଏ ବି କପ୍ ଜିତିପାରି ନାହିଁ। ୨୦୧୪ ଟି-୨୦ ବିଶ୍ୱକପ୍ ଫାଇନାଲ୍ରେ ପରାସ୍ତ ହୋଇଥିଲା ଭାରତ। ଏହାପରେ ୨୦୧୫ ଦିନିକିଆ ବିଶ୍ୱକପ୍ ଓ ୨୦୧୬ ଟି-୨୦ ବିଶ୍ୱକପ୍ରେ ସେମିଫାଇନାଲ୍ରୁ ପରାସ୍ତ, ୨୦୧୭ ଚାମ୍ପିୟନ୍ସ ଟ୍ରଫି ୨୦୧୭ ଫାଇନାଲ୍ ଓ ୨୦୧୯ ବିଶ୍ୱକପ୍ ସେମିଫାଇନାଲ୍ରେ ଭାରତକୁ ପରାଜୟ ହୋଇଛି।