ବାତ୍ୟା ବିପର୍ଯ୍ୟୟ ମୁକାବିଲା: ମୋଦୀ ଡାକିଲେ ସମୀକ୍ଷା ବୈଠକ

0

ନୂଆଦିଲ୍ଲୀ (ଆମ ଟିଭି): ବାତ୍ୟା ବିପର୍ଯ୍ୟୟକୁ ନେଇ ସବୁଠି ହାଇଆଲର୍ଟ । ଏହରି ଭିତରେ ‘ବିପର୍ୟ୍ୟୟ’ ସମ୍ବନ୍ଧିତ ସ୍ଥିତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଡକାଇଲେ ବୈଠକ । ଦ୍ୱିପହର ୧ଟା ସମୟରେ ଏହି ବୈଠକ ଅନୁଷ୍ଠିତ ହେବ । ସୂଚନା ମୁତାବକ, ବାତ୍ୟା ‘ବିପର୍ୟ୍ୟୟ’ ବଳ ଗୋଟାଇ ଗମ୍ଭୀର ରୂପ ଧାରଣ କରୁଛି । ଏହା ସୌରାଷ୍ଟ୍ର- କଚ୍ଛର ଉପକୂଳ ଦେଇ ଗତି କରିବ । ଏଥିପାଇଁ ଗୁଜୁରାଟର ସୌରାଷ୍ଟ୍ର ଓ କଛରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୪ ତାରିଖ ସକାଳେ ଦିଗ ବଦଳାଇ ଉତ୍ତର-ପୂର୍ବ ଦିଗରେ ଗତି କରି ଗୁଜରାଟ ଓ ପାକିସ୍ତାନ ଉପକୂଳମୁହାଁ ହେବ । ଆସନ୍ତା ୧୫ ତାରିଖରେ ଗୁଜରାଟର ମାଣ୍ଡବି ଓ ପାକିସ୍ତାନର କରାଚି ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି ।

ଏହାକୁ ଦୃଷ୍ଟିରେ ରଖି ଗୁଜୁରାଟର ଉତ୍ତରଓ ଦକ୍ଷିଣ ଉପକୂଳବର୍ତ୍ତୀ ଇଲାକାରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଆଲର୍ଟ କରାଯାଇଛି । ଦେବଭୂମି ଦ୍ୱାରକାରେ ମଧ୍ୟ ପାଖାପାଖି ୧୩୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏନେଇ ଆଜି ଦ୍ୱିପହର ୧ଟା ସମୟରେ ଏକ ସମୀକ୍ଷା ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏଥିରେ ୧୦ଟି ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯିବାର ସୂଚନା ରହିଛି ।

Leave A Reply

Your email address will not be published.