ସକ୍ରିୟ ହେଉଛି ବାତ୍ୟା ବିପର୍ଯ୍ୟୟ: ୮ରାଜ୍ୟକୁ ସତର୍କ

0

ନୂଆଦିଲ୍ଲୀ (ଆମ ଟିଭି): ମହାବାତ୍ୟା ବିପର୍ଯ୍ୟୟର ପ୍ରଭାବ ଧିରେ ଧିରେ ବଢିଲାଣି । ମୁମ୍ବାଇ ଠାରୁ କେରଳ ପର୍ୟ୍ୟନ୍ତ ସମୁଦ୍ର ଅଶାନ୍ତ ହେବାରେ ଲାଗିଛି । ଗୁଜରାଟ ପାଣିପାଗ ବିଭାଗ ଏନେଇ ସତର୍କ ସୂଚନା ଜାରି କରିସାରିଛି । ଗୁଜରାଟ ବ୍ୟତୀତ ଅନ୍ୟ ରାଜ୍ୟଗୁଡିକ ବି ସତର୍କ ସୂଚନା ଜାରି କରିଛି । ଭାରତୀୟ ପାଣିପାଗ ବିଭାଗ ତରଫରୁ ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ, କେରଳ, ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୋଆ, ଲାକ୍ଷାଦୀପ ସହିତ ଅନେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସତର୍କ ସୂଚନା ଦେଇଛି । ଏହାସହ ଗୁଜରାଟର ମାଛଧରାଳୀ ମାନଙ୍କୁ ଜୁନ ୧୬ ତାରିଖ ପର୍ୟ୍ୟନ୍ତ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।

‘ବିପର୍ୟ୍ୟୟ’ ଲ୍ୟାଣ୍ଡଫଲ କରିବା ପୂର୍ବରୁ ଏସବୁ ରାଜ୍ୟଗୁଡିକରେ ବର୍ଷା ପବନ ସହ ପାଗର ପରିବର୍ତନ ହେବାରେ ଲାଗିଛି । ପାଣିପାଗ ବିଭାଗର ସୂଚନା ମୁତାବକ ଜୁନ ୧୫ ତାରିଖରେ ଏହି ବାତ୍ୟାର ପ୍ରଭାବରେ ରାଜସ୍ଥାନ, ଯୋଦ୍ଧପୁର ଓ ଉଦୟପୁରରେ ବର୍ଷା ସହ ପବନ ହେବ । ସେହିଭଳି ଜୁନ ୧୬ ତାରିଖରେ ପଶ୍ଚିମ ରାଜସ୍ଥାନ ୪୫ ରୁ ୫୫ କିଲୋମିଟର ବେଗରେ ପବନ ବୋହିବ ।

Leave A Reply

Your email address will not be published.