ନାଁ ନନେଇ ସଚିବଙ୍କ ଉପରେ ବର୍ଷିଲେ ଅପରାଜିତା

0

ଭୁବନେଶ୍ୱର (ଆମ ଟିଭି): ପୁଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିବା ସହ ନାଁ ନନେଇ ସଚିବଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ରାଜ୍ୟରେ ଶାସନ ବ୍ୟବସ୍ଥା ହାଇଜାକ ହୋଇଯାଇଛି । ରୁଲ୍ ବୁକର ଉଲ୍ଲଙ୍ଘନ କରି ସଚିବ ଜନସଭା କରୁଛନ୍ତି । ଉନ୍ନୟନ ପ୍ରକଳ୍ପର ଘୋଷଣା କରୁଛନ୍ତି । ସଚିବ ପହଞ୍ଚିବା ପୂର୍ବରୁ ନିର୍ବାଚିତ ଜନପ୍ରତିନିଧି ତାଙ୍କ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି । ସବୁଠାରୁ ବଡ କଥା ହେଉଛି, ଏ ସବୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କରୁଥିବା କହୁଛନ୍ତି ସଚିବ । ତେଣୁ ମୁଖ୍ୟମନ୍ତ୍ରୀ ଏଭଳି ନିର୍ଦ୍ଦେଶ ଦେଇଛନ୍ତି କି ବୋଲି ପ୍ରଶ୍ନ ଉଠାଇଛନ୍ତି ଅପରାଜିତା ।

ଆମ ଓଡ଼ିଶାରେ ନିର୍ବାଚିତ ଜନ ପ୍ରତିନିଧି ମାନେ ନେତୃତ୍ୱ ନେଉଛନ୍ତି ନା ସମ୍ପୂର୍ଣ ଶାସନ ବ୍ୟବସ୍ଥା ନିର୍ଦ୍ଧିଷ୍ଟ ଅଧିକାରୀଙ୍କ ଦ୍ୱାରା ହରଣ ହୋଇ ସାରିଛି ? ମାନ୍ୟବର ମୁଖ୍ୟମନ୍ତ୍ରୀ କଣ ଜଣେ ନିମ୍ନପଦସ୍ଥ ସଚିବ ସ୍ତରର ଅଧିକାରୀଙ୍କୁ ରାଜ୍ୟସାରା ବୁଲି ବୁଲି ପ୍ରକଳ୍ପ ଏବଂ ଯୋଜନା ଘୋଷଣା କରିବା ପାଇଁ ବିଧିବଦ୍ଧ ଭାବେ ଅଧିକାର ପ୍ରଦାନ କରିଛନ୍ତି କି ? ଏହି କାର୍ୟ୍ୟକ୍ରମରେ ସମସ୍ତ ନିର୍ବାଚିତ ଲୋକ ପ୍ରତିନିଧି ବିଧାୟକ, ସାଂସଦ ଏବଂ ମନ୍ତ୍ରୀଙ୍କୁ ଅଣଦେଖା କରିବା କିମ୍ବା ଅନୁପସ୍ଥିତ ରହିବା ପାଇଁ ନିର୍ଦେଶ ଦିଆଯାଇଛି କି ? କେତକ ସ୍ଥାନରେ ନିର୍ବାଚିତ ସାଂସଦ, ବିଧାୟକ ମାନଙ୍କୁ ଫୁଲତୋଡ଼ା ଧରି ନିମ୍ନପଦସ୍ତ ସରକାରୀ ସଚିବ ସ୍ତରର ଅଧିକାରୀଙ୍କୁ ସ୍ୱାଗତ କରିବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି କି ?

 

Leave A Reply

Your email address will not be published.