ନୀଳକନ୍ଦରକୁ ଫେରୁଛନ୍ତି ଚତୁର୍ଦ୍ଧାମୂରତୀ

0

ପୁରୀ (ଆମ ଟିଭି): ଜନ୍ମବେଦୀକୁ ଯାଇଥିବା ଚତୁର୍ଦ୍ଧାମୂରତି ଆଜି ପୁଣି ରତ୍ନସିଂହାସନକୁ ଫେରିବେ । ରଥାରୂଢ଼ ଚତୁର୍ଦ୍ଧା ବିଗ୍ରହ ଗୋଟି ପହଣ୍ଡିରେ ରତ୍ନମଣ୍ଡପକୁ ବିଜେ କରୁଛନ୍ତି । ଶ୍ରୀବିଗ୍ରହଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଯାଇଛି। ରାମ-କୃଷ୍ଣ, ମଦନମୋହନ ଶ୍ରୀମନ୍ଦିରକୁ ବିଜେ କଲା ପରେ ଶ୍ରୀବିଗ୍ରହମାନଙ୍କର ପହଣ୍ଡି ଆରମ୍ଭ ହୋଇଯାଇଛି। ପ୍ରଥମେ ପ୍ରଭୁ ଶ୍ରୀବଳଭଦ୍ର ପରେ ଦେବୀ ସୁଭଦ୍ରା ରଥରୁ ଓହ୍ଲାଇ ରତ୍ନମଣ୍ଡପକୁ ବିଜେ କରିବେ।

ଶେଷର କାଳିଆ ଠାକୁର ନନ୍ଦିଘୋଷରୁ ଓହ୍ଲାଇ ପହଣ୍ଡିରେ ରତ୍ନବେଦୀକୁ ଯିବେ। ଏତେ ଦିନ ଧରି ମାନ କରି ରହିଥିବା ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ସ୍ବୟଂ ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ ମାନଭଞ୍ଜନ କରିବେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ନୀଳାଦ୍ରି ବିଜେରେ ଚତୁର୍ଦ୍ଧାବିଗ୍ରହଙ୍କ ପହଣ୍ଡି ଦର୍ଶନ ପାଇଁ ଶନିବାର ଦିନ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇଛି। ଭକ୍ତଙ୍କର ଗହଳି ଯୋଗୁଁ ବଡ଼ଦାଣ୍ଡ ଉଛୁଳିପଡୁଛି। ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କର ଭିଡ଼ ଲାଗି ରହିଛି। ଭକ୍ତମାନେ ଆଜି ମହାପ୍ରଭୁଙ୍କୁ ରସଗୋଲା ଭୋଗ ଅର୍ପଣ କରିବେ।

Leave A Reply

Your email address will not be published.