କାହିଁକି ଖୋଲାଯିବନି ରତ୍ନଭଣ୍ଡାର? ସରକାରଙ୍କୁ ପ୍ରଶ୍ନ କଲେ ସମୀର ମହାନ୍ତି

0

ଈୁବନେଶ୍ୱର (ଆମ ଟିଭି): ରତ୍ନଭଣ୍ଡାର ଖୋଲିବାକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ ହେବାରେ ଲାଗିଛି । ଏହାରି ଭିତରେ ରତ୍ନଭଣ୍ଡାରକୁ ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ବୟାନକୁ ନେଇ ବର୍ଷିଛି ବିଜେପି । ଦଳର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ଆଇନ ମନ୍ତ୍ରୀଙ୍କ ଉତ୍ତରରେ ସରକାର କେଉଁଭଳି ଚାଲିଛି ସାଧାରଣ ଲୋକ ଜାଣିପାରିବେ । ମୁଣ୍ଡ ବିହୀନ ସରକାର କହିଲେ ଅତ୍ୟୁକ୍ତି ହେବ ନାହିଁ । ଯଦି ଆଇନ ମନ୍ତ୍ରୀ ଏଭଳି ମନ୍ତବ୍ୟ ଦେବେ ତାହା ଦୁର୍ଭାଗ୍ୟଜନକ । ଏହି ଘଟଣା ବିଶ୍ୱବ୍ୟାପୀ ଜଗନ୍ନାଥପ୍ରେମୀଙ୍କୁ ବ୍ୟଥିତ କରିଛି ।

ଜଗନ୍ନାଥଙ୍କ ମହଣ ମହଣ ସୁନା ରୁପା ଭିତର ଭଣ୍ଡାରରେ ଗଚ୍ଛିତ ଥିବାବେଳେ, ହାଇକୋର୍ଟ ଅର୍ଡରରେ ଖୋଲିବାକୁ ଯାଇ ମଧ୍ୟ ଖୋଲିଲେନି । ସମସ୍ତେ କହିବା ପରେ ବି କାହିଁକି ରତ୍ନ ଭଣ୍ଡାର ଖୋଲା ଯାଉ ନାହିଁ । ୧୯୭୮ ମସିହାରେ ଖୋଲା ଯାଇଥିଲା । ଆମେ ଯେତେବେଳେ ଲକରରେ କିଛି ରଖୁଛେ ତାକୁ କଣ ତଦାରଖ କରୁନାହୁଁ କି ବୋଲି ପ୍ରଶ୍ନ କରିଛନ୍ତି ସମୀର । କାହିଁକି ରତ୍ନଭଣ୍ଡାର ଖୋଲିବେନି ରାଜ୍ୟ ସରକାର, ଏହା ମୋର ମୌଳିକ ପ୍ରଶ୍ନ ଏବଂ ଏହାକୁ ନେଇ ହାଇକୋର୍ଟ ଯାଇଛି ବୋଲି କହିଛନ୍ତି ସମୀର ।

 

Leave A Reply

Your email address will not be published.