ନୂଆଦିଲ୍ଲୀ (ଆମ ଟିଭି): ଆମେରିକାରେ ପୁଣି ବିସ୍ଫୋରଣକୁ ନେଇ ଜୋରରେ ଚର୍ଚ୍ଚା । ଖବର ଅନୁଯାୟୀ, ଗୁରୁବାର ରାତିରେ ୱାସିଂଟନ୍ ଡିସି ଅଞ୍ଚଳରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ବାସ କରୁଥିବା ବାସଭବନ ନିକଟରୁ ବିସ୍ଫୋରକ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି। ଜାନୁଆରି ୬ ତାରିଖ ଦିନ ଆମେରିକା କ୍ୟାପିଟଲ୍ରେ ହୋଇଥିବା ଅପରାଧରେ ସମ୍ପୃକ୍ତ ଥିବା ଅଭିଯୋଗରେ ମଧ୍ୟ ସେ ବ୍ୟକ୍ତିଙ୍କୁ ଖୋଜାପଡ଼ିଥିଲା ବୋଲି ସେମାନେ କହିଛନ୍ତି।
ପୂର୍ବତନ ରାଷ୍ଟ୍ରପତି ଓବାମାଙ୍କ ଘର ଓ ପ୍ରାନ୍ତର ଥିବା ଅଳ୍ପ କେତୋଟି ‘ବ୍ଲକ୍’ ନିକଟରୁ ପୁଲିସ ଟେଲର୍ ଟରାଣ୍ଟୋ ନାମକ ସେ ୩୭ ବର୍ଷିୟ ବ୍ୟକ୍ତିଙ୍କୁ ଗରିଫ କରିଛି। ଟେଲର୍ଙ୍କୁ ଗୁଇନ୍ଦାମାନେ ବି ଖୋଜୁଥିଲେ। କିନ୍ତୁ, ଘଟଣା ସଂକ୍ରାନ୍ତରେ ଗଣମାଧ୍ୟମକୁ ଅଧିକ କିଛି କହିବାକୁ ପୁଲିସ ମନା କରିଦେଇଛି।