ଆମେରିକାରେ ପୁଣି ଫୁଟିଲା ଗୁଳି
ନୂଆଦିଲ୍ଲୀ (ଆମ ଟିଭି): ଆମେରିକାରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ବାରେ ଲାଗିଛି। ଯୁକ୍ତରାଷ୍ଟ୍ର ଆମେରିକାରେ ପୁଣି ବିଚ୍ ରାସ୍ତାରେ ଫୁଟିଛି ଗୁଳି। ପୁଣି ଆଖି ବୁଜିଛନ୍ତି ନିରୀହ ଲୋକେ। ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦେଶରେ ଘଟିଛି ଏପରି ନାରକୀୟ କାଣ୍ଡ।
ଆମେରିକାର ଫିଲାଡେଲଫିଆ ସହରରେ ଘଟିଥିବା ଏହି ଗୁଳିକାଣ୍ଡରେ ୮ ଜଣଙ୍କ ଶରୀରରେ ଗୁଳି ବାଜିଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ୨ ପିଲା ଥିବା ଜଣାଯାଇଛି। ସନ୍ଦିଗ୍ଧ ଅଭିଯୁକ୍ତକୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି।
ଘଟଣା ଦିନ ଫିଲାଡେଲଫିଆର ଜନଗହଳିପୂର୍ଣ୍ଣ ରାସ୍ତାରେ ହଠାତ୍ ଜଣେ ଯୁବକ ଆଖି ବୁଜା ଗୁଳି ବର୍ଷଣ କରିବା ଆରମ୍ଭ କରିଦେଲେ। ଆକ୍ରମଣକାରୀ ନିଜେ ବୁଲେଟ୍ ପ୍ରୁଫ ଜ୍ୟାକେଟ ପିନ୍ଧିଥିବା ବେଳେ ତାଙ୍କ ହାତରେ ହ୍ୟାଣ୍ଡଗନ୍, ରାଇଫଲ୍, ମାଗାନିଜ୍ ଥିଲା।