ପୁଣି ଅଳିଆ ଏବଂ ବୋତଲ ଉଠାଇ ମନ ଜିଣିଲେ ମୋଦି
ନୂଆଦିଲ୍ଲୀ(ଆମ ଟିଭି): ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଗତୀ ମୈଦାନ ଇଣ୍ଟିଗ୍ରେଟେଡ କରିଡର ଟନେଲ ଏବଂ ଅଣ୍ଡରପାସର ଉଦଘାଟନ କରିଛନ୍ତି । ଉଦଘାଟନ ପରେ ପିଏମ ମୋଦି ସୁଡଙ୍ଗର ନିରୀକ୍ଷଣ କରିଥିଲେ। ଏହି ସମୟରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ଚାଲି ଚାଲି ଯିବା ବେଳେ ରାସ୍ତା କଡରେ ପଡିଥିବା ରାପର ଏବଂ ପ୍ଲାଟିକ ପାଣି ବୋତଲ ପଡିଥିବା ଦେଖିବାକୁ ପାଇଥିଲେ। ଏହାପରେ ସେ ନିଜେ ଏହି ଅଳିଆକୁ ଉଠାଇ ଦେଶବାସୀଙ୍କୁ ସ୍ୱଚ୍ଛ ଭାରତର ସନ୍ଦେଶ ଦେଇଛନ୍ତି।
ସ୍ୱଚ୍ଛ ଭାରତ ଅଭିଯାନର ପକ୍ଷଧର ପ୍ରଧାନମନ୍ତ୍ରୀ ଆଖପାଖର ପରିବେଶ ସଫା ରଖିବା ଉପରେ ଜୋର ଦିଅନ୍ତି ଏବଂ ଏହାର ପାଳନ ମଧ୍ୟ କରନ୍ତି।