ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିବେ ଏସ୍ ଜୟଶଙ୍କର

0

ନୂଆଦିଲ୍ଲୀ (ଆମ ଟିଭି ): ରାଜ୍ୟସଭା ପାଇଁ ହେବାକୁ ଯାଉଛି ମତଦାନ। ଦେଶର ୧୦ଟି ରାଜ୍ୟସଭା ସିଟରେ ଖୁବଶୀଘ୍ର ହେବାକୁ ଯାଉଛି ନିର୍ବାଚନ । ଏଥିପାଇଁ ଆସନ୍ତା ଜୁଲାଇ ୨୪ ତାରିଖରେ ହେବ ମତଦାନ । ତେବେ ଏହି ୧୦ଟି ରାଜ୍ୟସଭା ସିଟ୍ ମଧ୍ୟରୁ ୬ଟି ପଶ୍ଚିମବଙ୍ଗରୁ ଥିବାବେଳେ, ଗୁଜରାଟରୁ ୩ଟି ଏବଂ ଗୋଆରୁ ଗୋଟିଏ ରାଜ୍ୟସଭା ସିଟ୍ ରହିଛି । ମିଳିଥିବା ସୂଚନା ମୁତାବକ, କେନ୍ଦ୍ର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଏହି ରାଜ୍ୟସଭା ନିର୍ବାଚନରେ ଗୁଜରାଟରୁ ନାମାଙ୍କନ ପତ୍ର ଦାଖଲ କରିବେ । କେନ୍ଦ୍ର ବିଦେଶ ମନ୍ତ୍ରୀଙ୍କ ରାଜ୍ୟସଭା କାର୍ଯ୍ୟକାଳ ଅଗଷ୍ଟ ମାସରେ ଶେଷ ହେଉଛି । ତେଣୁ ଏହା ପୂର୍ବରୁ ହେଉଥିବା ରାଜ୍ୟସଭା ନିର୍ବାଚନରେ ସେ ଭାଗ ନେବେ ।

ଜୟଶଙ୍କରଙ୍କ ବ୍ୟତୀତ ଗୁଜରାଟର ରାଜ୍ୟସଭା ସାଂସଦ ଦିନେଶ ଜମେଲଭାଇ ଅନାବଡିୟା ଏବଂ ଲୋଖଣ୍ଡବାଲା ଜୁଗଲ ସିଂଙ୍କ କାର୍ଯ୍ୟକାଳ ମଧ୍ୟ ଅଗଷ୍ଟ ୧୮ ତାରିଖରେ ଶେଷ ହେଉଛି । ଯେଉଁଥିପାଇଁ ପାଇଁ ଏବେ ରାଜ୍ୟସଭା ନିର୍ବାଚନ ହେବ । ତେବେ ଗୁଜରାଟରେ ହେବାକୁ ଥିବା ୩ଟି ଯାକ ରାଜ୍ୟସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଦେବ ନାହିଁ । ରାଜ୍ୟସଭା ନିର୍ବାଚନରୁ କଂଗ୍ରେସ ନିଜର ନାଁ ଫେରାଇ ନେଇଛି । ଗୁଜରାଟ କଂଗ୍ରେସ ଅଧ୍ୟକ୍ଷ ମନୀଷ ଦୋଷୀଙ୍କ କହିବା କଥା, ଗତବର୍ଷ ବିଧାନସଭା ନିର୍ବାଚନରେ ଦଳ ଭଲ କରିପାରିନଥିଲା ।

Leave A Reply

Your email address will not be published.