କର୍ଣ୍ଣାଟକ କଂଗ୍ରେସରେ ମହାନାଟକ
କର୍ଣ୍ଣାଟକାରେ କ୍ଷମତା ଦଖଲ କରିଥିବା କଂଗ୍ରେସ ସରକାରରେ ମତପାର୍ଥକ୍ୟ ଦେଖାଯାଇଛି। ମନ୍ତ୍ରୀମାନେ ବିଧାୟକଙ୍କୁ ପାଣ୍ଠି ଦେଉ ନଥିବା ବେଳେ କିଛି ନେତା ଖୋଦ ନିଜ ସରକାର ଉପରେ ପ୍ରଶ୍ନ ଉଠାଇଛନ୍ତି।
ଏହାକୁ ନେଇ ବିବାଦ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଗୁରୁବାର କଂଗ୍ରେସ ବିଧାୟକ ଦଳ ବୈଠକ ଡାକିଥିଲେ। ତଥାପି କିଛି ଲାଭ ମିଳି ନଥିଲା। ଏବେ କଂଗ୍ରେସ ହାଇକମାଣ୍ଡ ଦିଲ୍ଲୀରେ ଦଳୀୟ ନେତାଙ୍କ ବୈଠକ ଡାକିଛନ୍ତି। ଅଗଷ୍ଟ ୨ରେ ଦିଲ୍ଲୀରେ ଦୁଇଟି ବୈଠକ ହେବ।
ରାଜ୍ୟ କଂଗ୍ରେସ ଓ ସରକାରରେ ସ୍ଥିରତା ଓ ନିଜର ଛବିକୁ ସଫାସୁତରା କେମିତି ରଖିବାକୁ ହେବ, ତାହା ହିଁ ବୈଠକର ମୁଖ୍ୟ ପ୍ରସଙ୍ଗ ରହିବ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି କର୍ଣ୍ଣାଟକାର ବରିଷ୍ଠ ପଦାଧିକାରୀଙ୍କ ସହ ଆଲୋଚନାର କରିବେ।
ବୈଠକରେ ସଂଯୋଜକ କମିଟି ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଏହି କମିଟି ସରକାର ଓ ଦଳ ମଧ୍ୟରେ ବ୍ରିଜ ସଦୃଶ କାମ କରିବ। କମିଟିର ପ୍ରମୁଖ କାମ ହେଲା ଦଳ ଭିତରେ ସୃଷ୍ଟି ହେଉଥିବା ମତପାର୍ଥକ୍ୟର ସମାଧାନ ଓ ସରକାରଙ୍କ ବିଭିନ୍ନ ନୀତି ଉପରେ ନଜର ରଖିବା।