ଆଫଗାନିସ୍ଥାନରେ ବଡ ଧରଣର ଭୁମିକମ୍ପ, ୧୫୫ ମୃତ
ନୂଆଦିଲ୍ଲୀ(ଆମ ଟିଭି): ବୁଧବାର ସକାଳୁ ଆଫଗାନିସ୍ଥାନରେ ବଡ ଧରଣର ଭୁମିକମ୍ପ ଅନୁଭୁତ ହୋଇଛି । ଏହି ଭୂମିକମ୍ପ ଫଳରେ ବ୍ୟପକ ଧନଜୀବନ ନଷ୍ଟହେବା ସହ ୧୫୫ ଲୋକଙ୍କ ମୃତ୍ୟୁ ହୋଇଛି। ପାକିସ୍ତାନର କିଛି ସ୍ଥାନରେ ଭୁକମ୍ପର ଛଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଳ୍ର ଭୁମିକମ୍ପର ତିବ୍ରାତା ୬.୧ ଥିବା ସୂଚନା। ୟୁଏସ୍ ଜିଓଲୋଜିକାଲ ସର୍ଭେ ଅନୁଯାୟୀ ଭୁମିକମ୍ପର ଉତ୍ପତ୍ତି ସ୍ଥଳ ଆଫଗାନିସ୍ଥାନ ବୋଲି ସୂଚନା।
ସୂଚନାମୁତାବକ, ଭୁକମ୍ପର ଝଟକା କିଛି ସେକେଣ୍ଡ ଅନୁଭୁତ ହୋଇଥିଲା। କିନ୍ତୁ ଏହି କାରଣରୁ ଲୋକମାନେ ଭୟଭୀତ ହୋଇ ଏପଟସେପଟ ଦୌଡିବାକୁ ଲାଗିଥିଲେ। ତେବେ ଏହା ପୂର୍ବରୁ ଶୁକ୍ରବାର ମଧ୍ୟ ପାକିସ୍ତାନରେ ଭୂମିକମ୍ପ ଆସିଥିଲା। ଏହା ଇସ୍ଲାମବାଦ, ପେଶଓ୍ୱାର, ରାଓ୍ୱଲପିଣ୍ଡ ରେ ଏହି ଝଟକା ଅନୁଭୂତ ହୋଇଥିଲା।