ନୂଆଦିଲ୍ଲୀ (ଆମ ଟିଭି): ପୁଣି ଚର୍ଚ୍ଚାରେ ରାଷ୍ଟ୍ରପତିଙ୍କ ବକ୍ତବ୍ୟ । ଦେଶର ପ୍ରଗତିରେ ଝିଅଙ୍କ ଶିକ୍ଷା ପ୍ରମୁଖ ଭୂମିକା ଗ୍ରହଣ କରେ । ଦେଶର ଝିଅମାନେ ଯେତେ ଶିକ୍ଷିତ ହେବେ ଦେଶ ସେତେ ଆଗକୁ ବଢିବ । ତେଣୁ ଆମେ ମାନେ ଝିଅଙ୍କ ଶିକ୍ଷା ଉପରେ ଅଧିକରୁ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାଡ୍ରାସ ବିଶ୍ୱବିଦ୍ୟାଳୟର ୧୬୫ ତମ ସମାବର୍ତ୍ତନ ଉତ୍ସବରେ ଏପରି କହିଛନ୍ତି । ମହିଳା ଶିକ୍ଷିତ ହେଲେ ଦେଶର ଅର୍ଥନୀତି ଆହୁରି ମଜବୁତ ହେବ । ସେମାନେ ବିଭିନ୍ନ କ୍ଷେତ୍ରରେ ନେତୃତ୍ୱ ନେବେ ।
ଏହାଦ୍ୱାରା ସମାଜରେ ଗୋଟିଏ ବଡ ପ୍ରଭାବ ପଡିବ ବୋଲି ସେ କହିଛନ୍ତି । ମାଡ୍ରାସ ବିଶ୍ୱବିଦ୍ୟାଳୟ ଏବଂ ଏହି ବିଶ୍ୱବିଦ୍ୟାଳୟ ଦ୍ୱାରା ଅନୁବନ୍ଧିତ କଲେଜର ମୋଟ୍ ବିଦ୍ୟାର୍ଥୀଙ୍କ ମଧ୍ୟରୁ ଛାତ୍ରୀଙ୍କ ଅନୁପାତ ୫୦ ପ୍ରତିଶତରୁ ଅଧିକ ।