କେମିତି ଜେଲରେ ଅଛନ୍ତି ଇମ୍ରାନ, ଆସିଲା ଏମିତି ଖବର

0

ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତୋଷଖାନା ମାମଲାରେ ଗିରଫ ହୋଇ ଜେଲରେ ରହିଛନ୍ତି । ଏହି ମାମଲାରେ ୩ ବର୍ଷ ଜେଲ ସହିତ ୫ ବର୍ଷ ଯାଏଁ ନିର୍ବାଚନ ଲଢିବା ଉପରେ ବ୍ୟାନ୍‌ ଲାଗିଛି । ଇସଲାମାବାଦ ଟ୍ରାଏଲ କୋର୍ଟ ଇମ୍ରାନଙ୍କୁ ତୋଷଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଏହି ଦଣ୍ଡାଦେଇ ଶୁଣାଇଛନ୍ତି । ଗିରଫ ପରେ ଇମ୍ରାନଙ୍କୁ ଅଦିୟାଲା ଜେଲରେ ରଖିବା ପାଇଁ ଆଦେଶ ଦିଆଯାଇଛି । କିନ୍ତୁ ତାଙ୍କୁ ଜେଲରେ ଅଟକ ରଖାଯାଇଛି । ଏହାକୁ ନେଇ ପିଟିଆଇର ଉପାଧ୍ୟକ୍ଷ ଶାହ ମହମୁଦ କୁରେଶୀ ଆଶ୍ଚର୍ଯ୍ୟକର ମନ୍ତବ୍ୟ ଦେଇଛନ୍ତି ।

ସେ କହିଛନ୍ତି, ଇମ୍ରାନଙ୍କୁ ଜାଣିଶୁଣି ଅଟକ ଜେଲରେ ରଖାଯାଇଛି । ସେଠାରେ ସୁବିଧା କମ୍‌ ମିଳୁଛି । ଜେଲରେ ଇମ୍ରାନଙ୍କୁ ସି କ୍ଲାସ ଟ୍ରିଟମେଣ୍ଟ ମିଳୁଛି । ଇମ୍ରାନଙ୍କୁ କାହା ସହିତ ସାକ୍ଷାତ କରିବାକୁ ଅନୁମତି ଦିଆଯାଇନାହିଁ । ଏମିତିରେ ପାଓ୍ଵର ଅଫ ଆର୍ଟନୀରେ ଇମ୍ରାନଙ୍କ ସାଇନ୍‌ ନେବା ମଧ୍ୟ ସମ୍ଭବ ହେଉନାହିଁ । ଇମ୍ରାନଙ୍କ ମେଡିକାଲ ଯାଞ୍ଚ ପାଇଁ ପଲିକ୍ଲିନିକର ମେଡିକାଲ ବୋର୍ଡକୁ ନିଆଯାଇନାହିଁ । ପ୍ରତି କଏଦୀର ଏହା ଜରୁରୀ ଅଧିକାର ହୋଇଥିବା ବେଳେ ଜେଲ ପ୍ରଶାସନର ମଧ୍ୟ ଦାୟିତ୍ୱ । କେବଳ ଏତିକି ନୁହଁ, ଜେଲରେ ଖାଇବା ପାଇଁ ମଧ୍ୟ ବ୍ୟତିବ୍ୟସ୍ତ କରାଯାଉଛି ।

ଇମ୍ରାନଙ୍କୁ ଜେଲରେ ସଂପୂର୍ଣ୍ଣ ସୁରକ୍ଷା ଦିଆଯାଉଛି, ତଥାପି କୁରେଶୀ ଏବଂ ଇମ୍ରାନଙ୍କ ପାର୍ଟିର ଅନ୍ୟ ସଦସ୍ୟ ସନ୍ତୁଷ୍ଟ ନୁହନ୍ତି । ଜେଲରେ ଇମ୍ରାନଙ୍କ ଜୀବନକୁ ବିପଦ ରହିଛି ବୋଲି କୁହାଯାଉଛି

କୁରେଶୀ ଆହୁରି ମଧ୍ୟ କହିଛନ୍ତି, ଇମ୍ରାନଙ୍କ ଗିରଫକୁ ପାକିସ୍ତାନ ସରକାର ସହିତ ସେନାର ଷଡଯନ୍ତ୍ର ରହିଛି । କୋର୍ଟର ଜଜ୍‌ ମଧ୍ୟ ଷଡଯନ୍ତ୍ରରେ ସାମିଲ ରହିଛନ୍ତି ବୋଲି ସେ କହିଛନ୍ତି ।

ସୂଚନାଥାଉ କି, ୨୦୨୨ ଅଗଷ୍ଟରେ ଯେତେବେଳେ ପାକିସ୍ତାନ ମୁସଲିମ ଲିଗ୍-ନୱାଜ (ପିଏମଏଲ-ଏନ)ଙ୍କ ମିଳିତ ସରକାର ଇମ୍ରାନଙ୍କ ବିରୋଧରେ ମାମଲା ଦାୟର କରିଥିଲା, ସେହି ସମୟରେ ତୋଷଖାନା ବିବାଦ ସାମ୍ନାକୁ ଆସିଥିଲା। ଏଥିରେ ଦାବି କରାଯାଇଥିଲା ଯେ ଇମ୍ରାନ ଖାନ ତୋଷଖାନାକୁ ଦିଆଯାଇଥିବା ଉପହାରଗୁଡ଼ିକ ବିଷୟରେ ତଥ୍ୟ ଖୁଲାସା କରି ନାହାନ୍ତି ଏବଂ କିଛି ଉପହାରର ବେଆଇନ ବିକ୍ରୟରୁ ସେ ଆୟ କରିଛନ୍ତି।

Leave A Reply

Your email address will not be published.