ଆଜି ଗୃହକୁ ଆସିବେ ଟିଏମସି ସାଂସଦ

0

ନୂଆଦିଲ୍ଲୀ: ରାଜ୍ୟସଭା‌ରେ ଆଜି ହାଇଡ୍ରାମା ଦେଖିବାକୁ ମିଳିଛି। ଟିଏମ୍‌ସି (ତୃଣମୂଳ କଂଗ୍ରେସ) ସାଂସଦ ଡେରେକ୍‌ ଓବ୍ରାଏନ ରାଜ୍ୟସଭାରୁ ନିଲମ୍ବିତ ହୋଇଛନ୍ତି ବୋଲି ଗୃହର ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଘୋଷଣା କରିବା ପରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। କିନ୍ତୁ ପରେ ଧନଖଡ଼ କହିଥିଲେ ଯେ ଓବ୍ରାଏନଙ୍କ ନିଲମ୍ବନ ପ୍ରସ୍ତାବ ଉପ‌ରେ ଭୋଟ୍‌ ଗ୍ରହଣ ହୋଇନଥିବାରୁ ସେ ରାଜ୍ୟସଭା କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ।

ଉଲ୍ଲେଖଯୋଗ୍ୟ, ଗୃହରେ ଅଶୋଭନୀୟ ଆଚରଣ ପାଇଁ ଡେରେକ୍‌ଙ୍କୁ ମୌସୁମୀ ଅଧିବେଶନର ଅବଶିଷ୍ଟ ଦିବସ ପାଇଁ ନିଲମ୍ବନ କରାଯାଇଛି ବୋଲି ଧନଖଡ଼ ପ୍ରଥମେ ଘୋଷଣା କରିଥିଲେ। ଡେରେକ୍‌ଙ୍କୁ ଗୃହରୁ ନିଲମ୍ବନ କରିବାପାଇଁ ଗୃହର ନେତା ପୀୟୂଷ ଗୋୟଲ ଏକ ପ୍ରସ୍ତାବ ଆଣିଥି‌ଲେ। ଲଗାତାର ଗୃହର ମର୍ଯ୍ୟାଦାହାନି କରିଥିବା ଅଭିଯୋଗରେ ଡେରେକ୍‌ଙ୍କୁ ଗୃହରୁ ନିଲମ୍ବନ କରାଯାଇଥିବା ଘୋଷଣା ହୋଇଥିଲା। ଆପଣ ଗୃହରେ ନାଟକ କରିବା ପାଇଁ ଆସୁଛନ୍ତି କି ବୋଲି ଅଧ୍ୟକ୍ଷ ଧନଖଡ଼ ଡେରେକ୍‌ଙ୍କୁ ପ୍ରଶ୍ନ କରିବା ସହ ବ୍ୟବସ୍ଥା ବାହାରକୁ ଯାଇ କୌଣସି ମନ୍ତବ୍ୟ ନଦେବାକୁ କହିଥିଲେ।

Leave A Reply

Your email address will not be published.