ମୃତ୍ୟୁ ପରେ ଚକ୍ଷୁ ଦାନକଲେ ରାଇମୋହନ
ଭୁବନେଶ୍ୱର(ଆମ ଟିଭି): ମୃତ୍ୟୁ ପରେ ଚକ୍ଷୁ ଦାନକଲେ ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ା । କାରଣ ମୃତ୍ୟୁ ପରେ ଦେଇଯାଇଛନ୍ତି ଆଖି । ଯେଉଁ ଆଖି ଓଡିଆ ଚଳଚ୍ଚିତ୍ରରେ ଏକ ବିଶେଷ ଛାପ ଛାଡିଛି । ଯେଉଁ ଆଖି ଦେଖିଲେ ଲୋକେ ଭୟଭୀତ ହୋଇ ପଡୁଥିୁଲେ । ସେଇ ଆଖିକୁ ଅନ୍ୟ ପାଇଁ ଉତ୍ସର୍ଗ କରିଦେଇଛନ୍ତି ରାଇ ମୋହନ ପରିଡା । ରାଇମୋହନ ଚକ୍ଷୁଦାନ କରିଥିବାବେଳେ ତାଙ୍କ ବଡ ଝିଅଙ୍କୁ ଏନେଇ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ରାଇମୋହନ ନିଜର ଦୁଇଟି ଯାକ ଆଖି ଅନ୍ୟ ପାଇଁ ପ୍ରଦାନ କରିଛନ୍ତି । ମୃତ୍ୟୁ ପରେ ବି ସେ ଅନ୍ୟ ଆଖିରେ ଦୁନିଆ ଦେଖିବେ । ତେବେ ପରିବାରର ଏପରି ନିଷ୍ପତ୍ତିକୁ ସମଗ୍ର ଓଡିଶାରେ ପ୍ର୍ଶଂସା କରାଯାଉଛି ।
କହିରଖୁ କି, ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହେବ ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ାଙ୍କ ଶେଷକୃତ୍ୟ । ପରିବାର ଲୋକଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।