ବଦଳିବ କେରଳର ନାଁ

0

ବହୁତ ଜଲ୍‌ଦି କେରଳ ରାଜ୍ୟର ନାମ ପରିବର୍ତ୍ତନ ହେବ। ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ବୁଧବାର କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ବିଧାନସଭାରେ ରାଜ୍ୟର ନାମ ପରିବର୍ତ୍ତନ ନେଇ ଏକ ପ୍ରସ୍ତାବ ଉପସ୍ଥାପିତ କରିଥିଲେ। ଏହି ପ୍ରସ୍ତାବକୁ କୌଣସି ଦଳ ନା ବିରୋଧ କରିଥିଲେ ନା ସଂଶୋଧନ କରିବାକୁ ପରାମର୍ଶ ଦେଇଥିଲେ। ତେଣୁ ପ୍ରସ୍ତାବଟି ସର୍ବସମ୍ମତିକ୍ରମେ ପାସ୍‌ ହୋଇଛି।

ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଉପସ୍ଥାପିତ କରି କହିଥିଲେ, କେରଳର ଅଫିସିଆଲ ନାମ ବଦଳାଇ ‘କେରଳମ୍‌’ କରାଯାଉ। ୧୯୫୬ ନଭେମ୍ବର ୧ରେ ଭାଷା ଆଧାରରେ ରାଜ୍ୟଗୁଡ଼ିକର ଗଠନ ହୋଇଥିଲା। କେରଳର ଜନ୍ମ ତାରିଖ ମଧ୍ୟ ନଭେମ୍ବର ୧। ମାଲୟାଲମ୍‌ ବକ୍ତାମାନଙ୍କ ପାଇଁ ଏକ ମିଳିତ କେରଳ ଗଠନର ଆବଶ୍ୟକତା ଅଛି। ସ୍ୱାଧୀନତା ସଂଗ୍ରାମରୁ ହିଁ ସମ୍ପ୍ରଦାୟ ଦୃଢ଼ ଭାବରେ ଉଦୀୟମାନ ହେଉଛି। କିନ୍ତୁ ସମ୍ବିଧାନର ପ୍ରଥମ ଅନୁସୂଚୀରେ ଆମ ରାଜ୍ୟର ନାମ କେରଳ ଲେଖାହୋଇଛି।

ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟକୁ ମାଲୟାଲମ୍‌ରେ ‘କେରଳମ୍‌’ କୁହାଯାଇଥାଏ। କିନ୍ତୁ ଅନ୍ୟାନ୍ୟ ଭାଷାରେ ଏହା ଏବେ ବି ‘କେରଳ’ ହିଁ ଅଛି। ମୁଖ୍ୟମନ୍ତ୍ରୀ କହିଥିଲେ କି, ଏହି ବିଧାନସଭା ସର୍ବସମ୍ମତି କ୍ରମେ ସମ୍ବିଧାନର ଧାରା ୩ ଅନୁଯାୟୀ ରାଜ୍ୟକୁ ‘କେରଳମ୍‌’ ରୂପେ ସଂଶୋଧିତ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି। ଗୃହ ଏହା ମଧ୍ୟ ଅନୁରୋଧ କରିଛି ଯେ ସମ୍ବିଧାନର ଅଷ୍ଟମ ସୂଚୀରେ ଉଲ୍ଲେଖ କରାଯାଇଥିବା ସମସ୍ତ ଭାଷାରେ ରାଜ୍ୟର ନାମ ‘କେରଳମ୍‌’ ଲେଖାଯାଉ।

Leave A Reply

Your email address will not be published.