ପୁଣି ପାକିସ୍ତାନରେ ହାଇଡ୍ରାମା, ଭାଙ୍ଗିଲା ସଂସଦ

0

ନୂଆଦିଲ୍ଲୀ :ରାତି ଅଧରେ ପାକିସ୍ତାନରେ ଦେଖିବାକୁ ମିଳିଛି ହାଇଡ୍ରାମା। ପାକିସ୍ତାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଜେଲ୍‌ ଚାରିକାନ୍ଥରେ ଥିବା ବେଳେ ଗତକାଲି ପାକିସ୍ତାନ ସଂସଦକୁ ଭାଙ୍ଗି ଦିଆଯାଇଛି। ସଂସଦ ଭଙ୍ଗ ହେବାର ୩ ମାସ ମଧ୍ୟରେ ପୁଣି ଥରେ ନିର୍ବାଚନ ହେବ । ତେବେ ଏବେ ଜେଲ୍‌ରେ ବନ୍ଦୀ ଥିବା ୭୦ ବର୍ଷ ବୟସ୍କ ଇମ୍ରାନ ଖାନ ପୁଣି ଥରେ ନିର୍ବାଚନ ଲଢ଼ି ପାରିବେ ନା ନାହିଁ ତାହା ଉପରେ ସମସ୍ତଙ୍କ ନଜର।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କ ପରାମର୍ଶ ଅନୁଯାୟୀ ରାଷ୍ଟ୍ରପତି ଆରିଫ ଅଲ୍ଲୀ ବୁଧବାର ବିଳମ୍ବିତ ରାତିରେ ସଂସଦକୁ ଭଙ୍ଗ କରିଛନ୍ତି। ସଂସଦର ନିମ୍ନ ସଦନ ନ୍ୟାସନାଲ ଆସେମ୍ବଲି ୫ ବର୍ଷ କାର୍ଯ୍ୟକାଳ ପୂରଣ କରିବାର ୩ ଦିନ ପୂର୍ବରୁ ଭଙ୍ଗା ଯାଇଛି। ଏଥିସହ ଶାହବାଜ ଶରିଫଙ୍କ ଶାସନ କାଳ ମଧ୍ୟ ଶେଷ ହୋଇଛି। ସେ ଗତକାଲି ଶେଷଥର ସଂସଦରେ ନିଜ ଭାଷଣ ରଖିଥିଲେ।

Leave A Reply

Your email address will not be published.