ଜଳୁଛି ହାଓ୍ବାଇ ଜଙ୍ଗଲ; ୫୩ ମୃତ

0

ନୂଆଦିଲ୍ଲୀ (ଆମ ଟିଭି):ଆମେରିକାର ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ହାଓ୍ବାଇ ଦ୍ୱୀପପୁଞ୍ଜ ଅବସ୍ଥା ଏବେ ଅତ୍ୟନ୍ତ ଖରାପ । ହାଓ୍ବାଇର ମାଉଣ୍ଟ ଜଙ୍ଗଲରେ ଭୀଷଣ ଅଗ୍ନିକାଣ୍ଡ । ହାଓ୍ବାଇ ସ୍ଥିତ ଲାହୈନା, ପୁଲେହୁରେ ଏବେ ନିଆଁ ଜଳୁଛି । ଲୋକମାନେ ନିଜର ଜୀବନ ବଞ୍ଚାଇବା ପାଇଁ ସମୁଦ୍ରକୁ ଲମ୍ଫପ୍ରଦାନ କରିବାକୁ ବାଧ୍ୟ ହେଉଛନ୍ତି । କେବଳ ଏତିକି ନୁହେଁ ଅଗ୍ନିକାଣ୍ଡରେ ଦ୍ୱୀପର ଐତିହାସିକ କସବୋର ବଡ଼ ଅଞ୍ଚଳ ଅଗ୍ନିକାଣ୍ଡରେ ଛାରଖାର ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ଶୁକ୍ରବାର ସୁଦ୍ଧା ଅତି କମ୍‌ରେ ୫୩ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି।

ମାଉଇ କାଉଣ୍ଟି ଅନୁଯାୟୀ, ରିଲିଫ ଓ ଉଦ୍ଧାର କାର୍ୟ୍ୟ ଜାରିରହିଛି। ଏହି ସମୟରେ ଲାହାଇନାରେ ହୋଇଥିବା ଅଗ୍ନିକାଣ୍ଡରେ ଆଉ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏହି ସଂଖ୍ୟା ୫୩କୁ ବୃଦ୍ଧି ପାଇଛି। ଦମକଳବାହିନୀ କର୍ମଚାରୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଏହି ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ ମାଉଇ ଦ୍ୱୀପରୁ ୧୪ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସ୍ଥାନାନ୍ତର ଲୋକଙ୍କ ସଂଖ୍ୟା ଆହୁରି ଅଧିକ ହେବ ବୋଲି ସୂଚନାରୁ ଜଣାପଡ଼ିଛି। ପାଖାପାଖି ୧୧ ହଜାର ଲୋକଙ୍କୁ ଏବେ ବିନା ବିଜୁଳିରେ ରହିବାକୁ ପଡୁଛି ।

Leave A Reply

Your email address will not be published.