ନିସ୍‌ର ନବାଗତ ଛାତ୍ରଛାତ୍ରୀଙ୍କ ସ୍ୱାଗତ ଉତ୍ସବ

0

ଭୁବନେଶ୍ୱର:ଭୂବନେଶ୍ୱର ମଦନପୁରସ୍ଥିତ ନିସ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇନ୍‌ଫରମେସନ ସାଇନ୍ସ ଆଣ୍ଡ ମ୍ୟାନେଜମେଣ୍ଟର ବିବିଏ, ବିସିଏ, ବିଏସି କମ୍ପୁଟର ସାଇନ୍ସ ଓ ବିଏସି ଆଇଟିଏମ୍‌ର ନବାଗତ ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନ ତରଫରୁ ସ୍ୱାଗତ କରାଯାଇଅଛି । ଉକ୍ତ ଉତ୍ସବରେ ଆସୋସିଏସନ୍ ଫର୍ ଡ଼େମୋକ୍ର‌୍ୟଟିକ୍ ସୋସିଆଲିଜିମ୍‌ର ସେକ୍ରେଟେରୀ ଜେନେରାଲ୍ ପ୍ରଫେସର ଡ଼ି. କେ. ଗିରି ମୂଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନେ ଆଇଟି ଓ ମ୍ୟାନେଜମେଣ୍ଟ ଶିକ୍ଷାଗ୍ରହଣକରି କିପରି ନିଜର ଭବିଷ୍ୟତ ଗଠନ କରିବା ସହ ଦେଶ ଗଠନରେ ସହାୟକ ହୋଇପାରିବେ ତାହା ତାଙ୍କ ଉଦ୍‌ବୋଧନ ପ୍ରସଙ୍ଗରେ ପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର ସୁଭାଷ ଚନ୍ଦ୍ର ନାୟକ ନୂତନ ଛାତ୍ରଛାତ୍ରୀମାନଙ୍କୁ ଉନ୍ନତ ମାନର ଶିକ୍ଷା ଗ୍ରହଣ କରି କିପରି ନିଜର ଭବିଷ୍ୟତ ଗଠନ କରିବା ସହିତ ଅନୁଷ୍ଠାନର ନୀତି ଓ ଆଦର୍ଶ ବିଷୟରେ ଆଲୋକପାତ କରିଥିଲେ । ଏଥିରେ ଶିକ୍ଷାନୁଷ୍ଠାନର ସହପ୍ରତିଷ୍ଠାତା ପ୍ରଫେସର ସ୍ମୃତିସୁଧା ନାୟକ, ଉପନିର୍ଦ୍ଦେଶକ ଡ଼କ୍ଟର ଦୁଷ୍ମନ୍ତ କୁମାର ପଟ୍ଟନାୟକ, ଯଏଣ୍ଟ ରେଜିଷ୍ଟ୍ରାର ପ୍ରଫେସର ଭବାନୀ ଶଙ୍କର ରଥ ଓ ପ୍ରଶାସନିକ ଅଧିକାରୀ ପିତାମ୍ବର ଚୟନୀ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ସ୍ୱାଗତ ଉତ୍ସବରେ ବିବିଏର ବିଭାଗୀୟ ମୂଖ୍ୟ ପ୍ରଫେସର ସ୍ଥିତପ୍ରଜ୍ଞ ଦେବଦତ ସାମଲ ସ୍ୱାଗତ ଭାଷଣ ଦେଇଥିବା ବେଳେ କମ୍ପୁଟର ସାଇନସ୍ ଓ ଆଇଟିର ବିଭାଗୀୟ ମୂଖ୍ୟ ପ୍ରଫେସର ନିହାର ରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.