ବିଜେଡି ସହ ବିଜେପି କରିବନି ମେଣ୍ଟ ଅର୍ଜୁନ ମୁଣ୍ଡା

0

ଭୁବନେଶ୍ବର: ଓଡ଼ିଶାରେ ବିଜେଡି ସହ ମେଣ୍ଟ ହେବ ନାହିଁ ବୋଲି ଆଜି ପୁଣି ଜଣେ କେନ୍ଦ୍ର ମନ୍ତ୍ରୀ ଘୋଷଣା କରିଛନ୍ତି। ଆଜି ଭୁବନେଶ୍ବରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି, ମୋତେ ଲାଗୁଛି ଓଡ଼ିଶାରେ ମେଣ୍ଟ ହେଲା ଭଳି କୌଣସି କଥା ନାହିଁ। ଏବେ ନାହିଁ କି ଆଗକୁ ବି ମେଣ୍ଟ ହେବନି ବୋଲି ଲାଗୁଛି। ଓଡ଼ିଶାରେ ବିଜେପିର ସ୍ଥିତି ସୁଦୃଢ଼ ଅଛି। ଏହି କାରଣରୁ ଆଗାମୀ ସାଧାରଣ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ।

ଆସନ୍ତା ସାଧାରଣ ନିର୍ବାଚନରେ ବିଜେପି ଓଡ଼ିଶାରେ ଏକାକୀ ଲଢ଼ିବ। ଏଠାରେ ବିଜେଡି କି ଅନ୍ୟ କୌଣସି ଦଳ ସହ ମେଣ୍ଟ କରିବ ନାହିଁ ବୋଲି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ପାଣିପାଗ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଗତକାଲି କହିଥିଲେ। ଭୁବନେଶ୍ବରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବେଳେ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯାଦବ ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତରରେ ଏଭଳି ପ୍ରତିକ୍ରିୟା ଦେଇଥିଲେ।

ହଠାତ୍ ଓଡ଼ିଶା ଗସ୍ତରେ ଆସିବା ପରଠାରୁ ଉଭୟ ଦଳର ସଂପର୍କ ଆଲୋଚନା ନାଟକୀୟ ମୋଡ଼ ନେଇଥିଲା। ଏବିଜେପି-ବିଜେଡି ମେଣ୍ଟ ପୁଣି ଥରେ ହେବା ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା। ଏହି ଗସ୍ତ ସମୟରେ ଶାହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ଶାସନକୁ ପ୍ରଶଂସା କରିଥିଲେ। ଏହାପରେ ଶ୍ରୀ ଶାହ ଓ ୫-ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଏବଂ ପରେ ଶ୍ରୀ ଶାହ ଓ ନବୀନ ଦୀର୍ଘ ସମୟ ଧରି ରୁଦ୍ଧ ଦ୍ବାର ବୈଠକ କରିଥିଲେ। ପରେ ସଂସଦରେ ବିଜେଡି ସାଂସଦମାନେ କେନ୍ଦ୍ରର ବିଜେପି ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଖୋଲାଖୋଲି ପ୍ରଶଂସା କରିଥିଲେ।

Leave A Reply

Your email address will not be published.