ପୁଣି ମଣିପୁର ହିଂସା ଉଗ୍ରରୁପ ନେଇଛି

0

ନୂଆଦିଲ୍ଲୀ : ମଣିପୁର ହିଂସା ଘଟଣାରେ ପୁଣି ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଶୁକ୍ରବାର ଖବର ମିଳିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମଣିପୁରର ଉଖରୁଲ ଜିଲାରେ ଉଗ୍ରବାଦୀଙ୍କ ସହ ମୁହାଁମୁହିଁ ସମୟରେ ୩ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଛି। ଉଖରୁଲ ଜିଲାର ଥୋବାଇ କୁକୀ ଗାଁରେ ଗାଁର ସୁରକ୍ଷା ପାଇଁ ଜାଗ୍ରତ ଥିବା ଲୋକେ ଓ ଉଗ୍ରବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ୩ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଛି।

ଏଥି ସହ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ସିବିଆଇ ମଣିପୁର ହିଂସା ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିପାଇଁ ୫୩ ଅଧିକାରୀଙ୍କ ଏକ ଟିମ୍ ଗଠନ କରାଯାଇଛି ଯେଉଁଥିରେ ୨୯ ଜଣ ମହିଳା ଅଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଏହା ପ୍ରଥମ ଥର ଯେ, ଅନୁସନ୍ଧାନକାରୀ ଦଳରେ ଏତେ ସଂଖ୍ୟକ ମହିଳା ଅନୁସନ୍ଧାନକାରୀ ଅଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।

Leave A Reply

Your email address will not be published.