ଅତିଥି ମାନଙ୍କ ପାଇଁ ସରକାର କିଣିଲେ ବୁଲେଟପ୍ରୁଫ କାର
ନୂଆଦିଲ୍ଲୀ: ଜି୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆସୁଥିବା ଅତିଥିମାନଙ୍କ ପାଇଁ ଭାରତ ସରକାର ୪୦୦ କୋଟିରୁ ଅଧିକ ଅର୍ଥ ବ୍ୟୟ କରି ୫୦ଟି ବୁଲେଟ୍ପ୍ରୁଫ୍ ଅଡି କାର୍ କିଣିଥିବା କଥା ‘ଡିଏନ୍ଏ’ ରିପୋର୍ଟ କରିଛି।
ଜାତୀୟ ରାଜଧାନୀ ଦିଲ୍ଲୀରେ ସେପ୍ଟେମ୍ବର ୯ ଓ ୧୦ ତାରିଖରେ ଜି୨୦ ଶିଖର ସମ୍ମିଳନୀ ଆୟୋଜନ କରିବାକୁ ସମୟ ଭାରତ ସରକାର ସ୍ଥିର କରିଛନ୍ତି। ଏଥିରେ ଯୋଗ ଦେବା ପାଇଁ ୨୫ରୁ ଅଧିକ ଦେଶର ନେତାମାନେ ସେମାନଙ୍କ ପ୍ରତିନିଧି ଦଳଙ୍କୁ ଧରି ଭାରତ ଆସିବେ।
ବିଶ୍ବର ବିଭିନ୍ନ ପ୍ରାନ୍ତରୁ ଆସିବାକୁ ଥିବା ଅତିଥିମାନଙ୍କ ନିମନ୍ତେ ଭାରତ ସରକାର ବିଶେଷ ବ୍ୟବସ୍ଥା କରିସାରିଛନ୍ତି। ଏହି ଶିଖର ସମ୍ମିଳନୀ ସମୟରେ କୌଣସି ପ୍ରକାର ବାଧା ସୃଷ୍ଟି ନ ହେବା ଲାଗି ସରକାର ବିପୁଳ ପରିମାଣର ଅର୍ଥ ବ୍ୟୟ କରୁଛନ୍ତି
।