ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ପ୍ରସ୍ତାବ ପାରିତ
ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରକୁ ନେଇ ସୋମବାର ଆସିଛି ବଡ ଖବର। ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ପ୍ରସ୍ତାବ ବିଧାନସଭାରେ ପାରିତ ହୋଇଛି। ବିଧାନସଭାରେ ଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କରି ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ପ୍ରସ୍ତାବ ଗୃହୀତ ହୋଇଥିଲା। ପ୍ରସ୍ତାବ ଉପରେ ଆଲୋଚନା ସମୟରେ ବିରୋଧୀ ଦଳ ପ୍ରବଳ ହଟ୍ଟଗୋଳ ସୃଷ୍ଟି କରିଥିଲେ, ଯାହା ଫଳରେ ଗୃହରେ ପ୍ରବଳ ବିତର୍କ ହୋଇଥିଲା।
ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଶୁକ୍ରବାର ଏହି ପ୍ରସ୍ତାବ ଆଗତ କରିଥିଲେ। ପ୍ରସ୍ତାବରେ କୁହାଯାଇଥିଲା ଯେ ଗୃହ ଭାରତ ସରକାର ତୁରନ୍ତ ଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଫେରାଇ ଆଣିବାକୁ ଦାବି କରୁଛି ଏବଂ ଏହାକୁ ଭାରତ ସରକାରଙ୍କୁ ପଠାଇବାକୁ ସଂକଳ୍ପ କରୁଛି।
ପ୍ରସ୍ତାବ ଉପରେ ଭୋଟିଂ ଚାଲିଥିବା ସମୟରେ ବିଜେପି ବିଧାୟକମାନେ ଗୃହରୁ ଚାଲିଯାଇଥିଲେ।