ଭୁଶୁଡିଲା ନିର୍ମାଣଧିନ ପୋଲ , ଜୀନବ ହାରିଲେ ୧୭ ଶ୍ରମିକ

0

ମିଜୋରାମରେ ଆଜି ଏକ ବଡ଼ ଅଘଟଣ ଘଟି ଚାଲି ଯାଇଛି ୧୭ ଶ୍ରମିକଙ୍କ ଜୀବନ । । ମିଜୋରାମର ରାଜଧାନୀ ଆଇଜୱାଲ ନିକଟ ସାଇରଙ୍ଗରେ ନିର୍ମାଣାଧୀନ ରେଲ୍‌ୱେ ଓଭର ବ୍ରିଜ୍‌ ଭୁଶୁଡ଼ିବା ଯୋଗୁ ଏତେ ବଡ଼ ଅଘଟଣ ଘଟିଛି। ଏହି ଅଘଟଣରେ ୧୭ ଶ୍ରମିକଙ୍କ ଜୀବନ ଘଟଣାସ୍ଥଳରେ ଚାଲି ଯାଇଥିବା ବେଳେ ମୃତକଙ୍କ ସଂଖ୍ୟା ବଢ଼ିବା ଆଶଙ୍କା ପ୍ରକାଶ ପାଉଛି।

ସୈରାଙ୍ଗରୁ ଆଇଜୋଲ ପର୍ଯ୍ୟନ୍ତ ରେଳ କନେକ୍ଟଭିଟି ବ୍ରିଜ ନିର୍ମାଣ କରାଯାଉଛି। ଏହି କାମରେ ଆଜି ପ୍ରାୟ ୪୦ରୁ ଅଧିକ ଶ୍ରମିକ ନିୟୋଜିତ ହୋଇଥିଲେ। ଶ୍ରମିକମାନେ କାମରେ ନିୟୋଜିତ ଥିବା ବେଳେ ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ହଠାତ୍‌ ବ୍ରିଜଟି ଭୁଶୁଡ଼ି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଅକାଳରେ ୧୭ ଜୀବନ ଚାଲି ଯାଇଥିବା ବେଳେ ପୋଲ ତଳେ ବହୁ ଶ୍ରମିକ ଫଶି ରହିଥିବା ଆଶଙ୍କା କରାଯାଉଛି।

ଏହି ଅଘଟଣ ପାଇଁ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମ ଥାଙ୍ଗା ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ଆହତଙ୍କ ଆରୋଗ୍ୟ କାମନା କରିଛନ୍ତି । ପ୍ରଶାସନ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ସୂଚନା ଦେଇଛନ୍ତି।

Leave A Reply

Your email address will not be published.