ନୂଆଦିଲ୍ଲୀ (ଆମ ଟିଭି): ନେପାଳରୁ ଏକ ବଡ଼ ଖବର ଆସି ପହଞ୍ଚିଛି । ନେପାଳର ଧାଡିଙ୍ଗରେ ଥିବା ତ୍ରିଶୁଳୀ ନଦୀ ମଧ୍ୟକୁ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ଖସିଯିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଛି । ବେଲନୀ ପାର୍ବତ୍ୟ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯ ଜଣ ଗୁରୁତର ହୋଇଛନ୍ତି ।
ମୃତକମାନଙ୍କ ମଧ୍ୟରେ ୨ ଜଣ ମହିଳା ଏବଂ ୬ ଜଣ ପୁରୁଷ ରହିଛି । ଏବେ ସେଠାରେ ତଲାସୀ ଏବଂ ଉଦ୍ଧାର କାର୍ୟ୍ୟଜାରି ରହିଛି । ନେପାଳର ଘାଟୀ ରାସ୍ତାରୁ ତ୍ରିଶୁଳୀ ନଦୀକୁ ବସ୍ଟି ଖସିପଡିଥିଲା । ଗଜୁରୀ ଜଳପ୍ରପାତ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଗଜୁରୀ ପୌରସଂସ୍ଥାର ଉପାଧ୍ୟକ୍ଷ ଶର୍ମିଳା ବିସୁରାଲ୍ କହିଛନ୍ତି ।