ରାହୁଲ ଗାନ୍ଧି ଫେରି ପାଇଲେ ସରକାରୀ ବାସଭବନ

0

ମୋଦି ସରନେମ୍‌ ମାମଲାରେ ୨ ବର୍ଷ ଦଣ୍ଡାଦେଶ ମିଳିବା ପରେ ରାହୁଲ ଗାନ୍ଧିଙ୍କ ସଦ୍ୟସତା ଚାଲି ଯାଇଥିଲା। ଏହାପରେ ସେ ରହୁଥିବା ବଙ୍ଗଳାଙ୍କୁ ତାଙ୍କଠୁ ପ୍ରତ୍ୟାହାର କରି ନିଆଯାଇଥିଲା।

ପୁଣି ଥରେ ନିଜ ଲୋକସଭା ସଦସ୍ୟତା ଫେରି ପାଇଥିବା ରାହୁଲ ଗାନ୍ଧି କିନ୍ତୁ ଏଥର ସରକାରୀ ବଙ୍ଗଳା ନେବାକୁ ମନା କରି ଦେଇଛନ୍ତି। ପୂରା ଭାରତ ନିଜ ଘର ବୋଲି କହି ରାହୁଲ ଗାନ୍ଧି ଏହି ଅଫରକୁ ପ୍ରତ୍ୟାଖାନ କରିଛନ୍ତି।

ମୋଦି ସରନେମ୍‌ ମାମଲାରେ ୨ ବର୍ଷ ଦଣ୍ଡାଦେଶ ମିଳିବା ପରେ ରାହୁଲ ଗାନ୍ଧିଙ୍କ ସଦ୍ୟସତା ଚାଲି ଯାଇଥିଲା। ଏହାପରେ ସେ ରହୁଥିବା ବଙ୍ଗଳାଙ୍କୁ ତାଙ୍କଠୁ ପ୍ରତ୍ୟାହାର କରି ନିଆଯାଇଥିଲା।

ମାତ୍ର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାହୁଲ ଗାନ୍ଧି ପୁଣି ଥରେ ନିଜ ସଦସ୍ୟତା ଫେରି ପାଇଥିବା ବେଳେ ଗତ ୮ ତାରିଖରେ ତାଙ୍କୁ ୧୨ ତୁଗଲକ ଲେନ୍‌ରେ ଥିବା ବଙ୍ଗଳା ଆଲର୍ଟ କରାଯାଇଥିଲା। କିନ୍ତୁ ରାହୁଲ ଗାନ୍ଧି ଏହାକୁ ନେଇ ମନା କରି ଦେଇଛନ୍ତି। ଏନେଇ ସେ ଲୋକସଭା ହାଉସିଂ ସୋସାଇଟିକୁ ପତ୍ର ଲେଖି ଜଣାଇଛନ୍ତି।

ରାହୁଲ ଗାନ୍ଧି ଆମେଠିରୁ ପ୍ରଥମ ଥର ସାଂସଦ ହେବା ପରଠୁ ଗତ ୧୯ ବର୍ଷ ହେବ ଏହି ସରକାରୀ ବଙ୍ଗଳାରେ ରହି ଆସୁଥିଲେ। ମାତ୍ର ଲୋକସଭା ସଦସ୍ୟତା ହରାଇବା ପରେ ଉକ୍ତ ବଙ୍ଗଳା ଖାଲି କରିବାକୁ ତାଙ୍କୁ କୁହାଯାଇଥିଲା। ଏଥିରେ ଅସନ୍ତୋଷ ପ୍ରକାଶ କରି ସତ କହିବାର ପ୍ରାପ୍ୟ ଦେବାକୁ ପଡ଼ୁଛି ବୋଲି କହିଥିଲେ ରାହୁଲ ଗାନ୍ଧି।

Leave A Reply

Your email address will not be published.