ପୁଣି ବଢ଼ିଲା ମଣିପୁର ହିଂସା, ନେଲା ୭ ଜୀବନ
ଇମ୍ଫାଲ୍: ମଙ୍ଗଳବାର ଦିନ ମଣିପୁରର ବିଷ୍ଣୁପୁର ଜିଲ୍ଲା ଅନ୍ତର୍ଗତ ନରଣସୈନାରେ ଭୀଷଣ ଗୁଳିକାଣ୍ଡ ଯୋଗୁଁ ଜଣେ ୩୦ ବର୍ଷିୟ ‘ଗ୍ରାମ ପ୍ରତିରକ୍ଷା ସ୍ବେଚ୍ଛାସେବୀ’ଙ୍କ ସମେତ ୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟୂନ ୭ଜଣ ଆହତ ହୋଇଥିବା ଆସାମ ପୁଲିସ କହିଛି।
ଗଣମାଧ୍ୟମ ରିପୋର୍ଟରେ ମଧ୍ୟ ଉଲ୍ଲେଖ ଅଛି, ବିଷ୍ଣୁପୁର-ଚୁରାଚାନ୍ଦପୁର ସୀମାନ୍ତ ଅଞ୍ଚଳ ସଂଲଗ୍ନ ନରଣସୈନାରେ ବିଲରେ କାମ କରୁଥିବା କିଛି କୃଷକମାନଙ୍କ ଉପରକୁ କେତେକ ଅଜ୍ଞାତ ଆକ୍ରମଣକାରୀ ଗୁଳି ଚଳାଇଥିଲେ।
ମୃତ୍ୟୁବରଣ କରିଥିବା ପ୍ରଥମ ବ୍ୟକ୍ତିଜଣକ ହେଉଛନ୍ତି ୩୦ ବର୍ଷିୟ ‘ଗ୍ରାମ ପ୍ରତିରକ୍ଷା ସ୍ବେଚ୍ଛାସେବୀ’ ଜାଙ୍ଗମିନ୍ଲେନ୍ ଗାଙ୍ଗ୍ଟେ।