ଏସିଆ କପ୍: ଆଜି ଭାରତ-ନେପାଳ ଟକ୍କର

0

ନୂଆଦିଲ୍ଲୀ (ଆମ ଟିଭି): ଏସିଆ କପ କ୍ରିକେଟରେ ଆଜି ନେପାଳକୁ ଭେଟିବ ଭାରତ । ବର୍ଷା ଯୋଗୁଁ ପାକିସ୍ତାନ ବିପକ୍ଷ ମ୍ୟାଚରେ ପଏଣ୍ଟ ଭାଗ କରିଥିବା ଭାରତ ପାଇଁ ଏହି ମ୍ୟାଚ୍ କର ବା ମର । ସୁପର୍-୪ରେ ସ୍ଥାନ ହାସଲ କରିବାକୁ ହେଲେ ଭାରତକୁ ଏହି ମ୍ୟାଚ୍ ଜିତିବାକୁ ପଡ଼ିବ । ପ୍ରଥମ ମ୍ୟାଚରେ ନିରାଶ କରିଥିଲେ ଭାରତୀୟ ଟପ୍-ଅର୍ଡର ।

ପାକିସ୍ତାନର ପେସ୍ ଆଟାକ୍ ଆଗରେ ଆତ୍ମସମର୍ପଣ କରିଥିଲେ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ଶୁବମନ ଗିଲ୍ ଓ ଶ୍ରେୟର ଆୟର । ତେବେ ମିଡଲ ଅର୍ଡରରେ ଦମ୍ ଦେଖାଇଥିଲେ ଈଶାନ୍ କିଷାନ ଓ ହାର୍ଦ୍ଦିକ ପାଣ୍ଡ୍ୟା । ଉଭୟଙ୍କ ଇନିଂସ ବଳରେ ୨୬୬ ରନ୍ କରିବାକୁ ସକ୍ଷମ ହୋଇଥିଲା ଭାରତ । ତେବେ ବର୍ଷା ଲାଗି ରହିବାରୁ ପାକିସ୍ତାନ ଟିମ୍ ବ୍ୟାଟିଂ ସୁଯୋଗ ପାଇନଥିଲା ।

Leave A Reply

Your email address will not be published.