ନୂଆଦିଲ୍ଲୀ (ଆମ ଟିଭି): ଦୀର୍ଘ ଦେଢ ବର୍ଷରୁ ଅଧିକ ଦିନ ହେବ ଋଷ-ୟୁକ୍ରେନ୍ ଯୁଦ୍ଧ ଲାଗି ରହିଛି । ଏହାରି ଭିତରେ ୟୁକ୍ରେନର ଡାନୁବ ବନ୍ଦର ଉପରେ ଭୟଙ୍କର ଡ୍ରୋନ ଆକ୍ରମଣ ହୋଇଥିବା ଖବର ମିଳିଛି । ରୁଷ ସେନା ଏକାସାଙ୍ଗରେ ୨୫ଟି ଡ୍ରୋନ୍ ମାଧ୍ୟମରେ ୟୁକ୍ରେନ ବନ୍ଦରକୁ ଟାର୍ଗେଟ କରିଥିଲା। ଆକ୍ରମଣରେ ଡାନୁବ ବନ୍ଦର ଧ୍ବଂସ ହୋଇଯାଇଛି । ଆକ୍ରମଣ ପରେ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟ ଡ୍ରୋନ ଆକ୍ରମଣର ଫଟୋ ସେୟାର କରିଛି । ୟୁକ୍ରେନ ଲେଖିଛି, “ ପୁଣି ଥରେ ରୁଷୀୟ ଆତଙ୍କବାଦୀ ୟୁକ୍ରେନର ବନ୍ଦର ଭିତ୍ତିଭୂମି ଉପରେ ଆକ୍ରମଣ କରିଛନ୍ତି।
ଏହି ସମୟରେ ଋଷ ୨୫ଟି ସହିଦ-୧୩୬/୧୩୧ ଲଢୁଆ ଡ୍ରୋନ ଡାନୁବ ବନ୍ଦର ଉପରେ ଆକ୍ରମଣ କରିଥିଲା। ହେଲେ ଏହି ଡ୍ରୋନ୍ ମଧ୍ୟରୁ ୨୨ଟିକୁ ଖସାଇ ଦିଆଯାଇଥିଲା। ଆକ୍ରମଣ ପରେ ବନ୍ଦରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ତେବେ ଅଳ୍ପ ସମୟ ମଧ୍ୟରେ ନିଆଁକୁ ଆୟତ୍ତ କରିଥିବା ୟୁକ୍ରେନ ଦାବି କରିଛି। ଦୁର୍ଭାଗ୍ୟବଶତଃ ବନ୍ଦରର ଦୁଇ ଜଣ କର୍ମଚାରୀ ଆହତ ହୋଇଛନ୍ତି।