ଦିଲ୍ଲୀରେ ବନ୍ଦ ରହିବ ଅନଲାଇନ ଅର୍ଡର

0

ନୂଆଦିଲ୍ଲୀ : ଜି -୨୦ ଶିଖର ସମ୍ମିଳନୀ ଯୋଗୁ ରାଜଧାନୀ ଦିଲ୍ଲୀରେ ଅନେକ ପ୍ରତିବନ୍ଧକ ଲଗାଯାଇଛି। ଏହି କ୍ରମରେ ଦିଲ୍ଲୀ ପୋଲିସ ସୋମବାର ଏକ ଘୋଷଣା କରିଛି। ଘୋଷଣା ଅନୁଯାୟୀ, ଜି -୨୦ ସମ୍ମିଳନୀ ଯୋଗୁ ସେପ୍ଟେମ୍ବର ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଅନ୍‌ଲାଇନ ଅର୍ଡର ଏବଂ ଅନ୍ୟାନ୍ୟ ସେବା ଯୋଗାଇବା ଉପରେ ପ୍ରତିବନ୍ଧକ ଲଗାଯିବ।

ସ୍ବତନ୍ତ୍ର ପୋଲିସ କମିଶନର ସ୍‌ଏସ.ଏସ ଯାଦବ କହିଛନ୍ତି ଯେ, ଦିଲ୍ଲୀର ସମସ୍ତ କ୍ଲାଉଡ କିଚେନ୍‌, ବାଣିଜ୍ୟିକ ପ୍ରତିଷ୍ଠାନ, ବଜାର, ଖାଦ୍ୟ ବିତରଣ ଏବଂ ବାଣିଜ୍ୟିକ ବିତରଣ ସେବା ସେପ୍ଟେମ୍ବର୮ ରୁ ୧୦ପର୍ଯ୍ୟନ୍ତ ବନ୍ଦ ରହିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ନୂଆଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେଶନ (ଏନଡିଏମସି) ଅଞ୍ଚଳରେ ଆମାଜନ ଏବଂ ଫ୍ଲିପକାର୍ଟ ଭଳି କମ୍ପାନୀ ମାଧ୍ୟମରେ ଡେଲିଭରୀ କରାଯାଉଥିବା ଅର୍ଡର ମଧ୍ୟ ବନ୍ଦ ରହିବ।

Leave A Reply

Your email address will not be published.