ଭାରତ ପରେ ଏବେ ଜି -୨୦ ଆୟୋଜନ କରିବ ବ୍ରାଜିଲ
ପରବର୍ତ୍ତୀ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତା କରିବ ବ୍ରାଜିଲ। ଚଳିତ ସଂସ୍କରଣର ଅନ୍ତିମ ଦିନରେ ବ୍ରାଜିଲକୁ ଜି-୨୦ର ଅଧ୍ୟକ୍ଷତା ଭାର ସମର୍ପଣ କଲା ଭାରତ। ଆସନ୍ତା ବର୍ଷକୁ ବ୍ରାଜିଲରେ ଅନୁଷ୍ଠିତ ହେବ ଜି-୨୦ ଶିଖର ସମ୍ମିଳନୀ। ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଅଧ୍ୟକ୍ଷତା ଭାର ସମର୍ପଣ କରିଛନ୍ତି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଆଜି ଜି-20 ଶିଖର ସମ୍ମିଳନୀକୁ ସାଙ୍ଗ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା ଭାର ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଦା ସିଲଭାଙ୍କୁ ହସ୍ତାନ୍ତର କରିଛନ୍ତି। ସମ୍ମିଳନୀର ଶେଷ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଗତକାଲି ଆମେ ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର’ ଅଧିବେଶନରେ ବ୍ୟାପକ ଆଲୋଚନା କରିଥିଲୁ। ଆଜି ଜି-20 ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତର ଦୃଷ୍ଟିକୋଣକୁ ନେଇ ଆଶାବାଦୀ ଉଦ୍ୟମ ପାଇଁ ଏକ ପ୍ଲାଟଫର୍ମ ହୋଇପାରିଛି। ଏଥିପାଇଁ ମୁଁ ଖୁବ୍ ଆନନ୍ଦିତ