ଆଜି ପୁଣି ଭାରତ-ପାକିସ୍ତାନ ମ୍ୟାଚ୍

0

ନୂଆଦିଲ୍ଲୀ (ଆମ ଟିଭି): ଗତକାଲି ସୁପର ସନଡେରେ ଭାରତ-ପାକିସ୍ତାନ ମ୍ୟାଚରେ ବର୍ଷା ସାଜିଥିଲା ବାଧକ । ତେଣୁ ଆଜି ପୁଣି ଭାରତ -ପାକିସ୍ତାନ ମ୍ୟାଚ ହେବ। ଏସିଆ କପ ଅଧିନରେ ଗତ ୨ ତାରିଖରେ ଖେଳାଯାଇଥିବା ପ୍ରଥମ ମ୍ୟାଚଟି ବର୍ଷାଯୋଗୁଁ ବାତିଲ ହେବା ପରେ କ୍ରିକେଟପ୍ରେମୀ ରବିବାର ମ୍ୟାଚକୁ ଅପେକ୍ଷା କରି ରହିଥିଲେ ।

କିନ୍ତୁ ଏହି ମ୍ୟାଚରେ ମଧ୍ୟ ବର୍ଷା ସାଜିଛି ଖଳନାୟକ । ରବିବାର ମ୍ୟାଚରେ ଭାରତର ୨୪.୧ ଓଭରରେ ୨ ଓ୍ବିକେଟ ହରାଇ ୧୪୭ ସ୍କୋର କରିଥିବାବେଳେ ବର୍ଷା ଆରମ୍ଭ ହୋଇଥିଲା । ବର୍ଷା ଛାଡ଼ିବା ପରେ ପୁଣି ମ୍ୟାଚ କରାଯିବାକୁ ପ୍ରସ୍ତୁତି ଚାଲିଥିବା ବେଳେ ପୁଣି ଥରେ ବର୍ଷା ହୋଇଥିଲା । ଫଳରେ ମ୍ୟାଚକୁ ବାତିଲ କରାଯିବା ସହ ଆଜି ପୁଣିଥରେ ଖେଳାଯିବ। ଭାରତ ୨୪.୧ ଓଭରରୁ ପୁଣି ଖେଳ ଆରମ୍ଭ କରିବ।

Leave A Reply

Your email address will not be published.