ପିଓକେ ଆପେ ଆପେ ଭାରତରେ ମିଶିଯିବ: କେନ୍ଦ୍ରମନ୍ତ୍ରୀ ଭି.କେ ସିଂ

0

ନୂଆଦିଲ୍ଲୀ (ଆମ ଟିଭି): ପିଓକେକୁ ନେଇ ପୁଣି ରାଜନୀତି ସରଗରମ ହୋଇଛି । ଏହାରି ଭିତରେ ଭାରତ ସହିତ ପିଓକେ(ପାକିସ୍ତାନ ଅଧିକୃତ କଶ୍ମୀର) ମିଶ୍ରଣ କରିବାକୁ ଲୋକଙ୍କ ଦାବି ଉପରେ କେନ୍ଦ୍ର ମନ୍ତ୍ରୀ ଭି.କେ ସିଂ ପ୍ରତିକ୍ରିୟା ଦେଇଛନ୍ତି। ସେ ଲୋକଙ୍କୁ ଅପେକ୍ଷା କରିବାକୁ କହିବା ସହ ପିଓକେ ଆପେ ଆପେ ଭାରତରେ ମିଶିଯିବ ବୋଲି କହିଛନ୍ତି। ରାଜସ୍ଥାନର ଡାଉସରେ ଭାଜପାର ପରବର୍ତ୍ତନ ସଂକଳ୍ପ ଯାତ୍ରାରେ ସେ ଏକଥା କହିଛନ୍ତି। ଭାରତକୁ ରାସ୍ତା ଖୋଲିବା ପାଇଁ ପିଓକେ ଶିଆ ମୁସଲମାନମାନଙ୍କ ଦାବି ବିଷୟରେ ପଚରାଯିବାରୁ ଭି.କେ ସିଂ କହିଛନ୍ତି, ପିଓକେ ଆପେ ଆପେ ଭାରତରେ ମିଶିଯିବ। ଏଥିପାଇଁ କିଛିଦିନ ଅପେକ୍ଷା କରିବାକୁ ପଡ଼ିବ।
ସୂଚନାଯୋଗ୍ୟ, ଗୋଆରେ ଅନୁଷ୍ଠିତ ଏସସିଓ ସମ୍ମିଳନୀରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଥିଲେ, ଜମ୍ମୁ-କଶ୍ମୀରର ଯେଉଁ ଅଞ୍ଚଳକୁ ପାକିସ୍ତାନ ବେଆଇନ ଭାବେ ଦଖଲ କରିଛି ସେଠାରୁ ସେ ତୁରନ୍ତ ହଟିଯିବା ଉଚିତ୍‌। ଜୟଶଙ୍କରଙ୍କ ପିଓକେ ଛାଡ ବୟାନ ପରେ ପଡୋଶୀ ଚାଇନା ଓ ପାକିସ୍ତାନ ଚିନ୍ତାରେ ପଡିଯାଇଥିଲେ।

 

Leave A Reply

Your email address will not be published.