ମୋ ସରକାରଙ୍କୁ ଅସ୍ଥିର କରାଉଛନ୍ତି ବିରୋଧୀ,ହେମନ୍ତ ସୋରେନ

0

ରାଞ୍ଚି : ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବୁଧବାର ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ମୁଁ ଦେଶର ଏକମାତ୍ର ଆଦିବାସୀ ମୁଖ୍ୟମନ୍ତ୍ରୀ, ତେଣୁ ବିରୋଧୀମାନେ ମୋ ସରକାରକୁ ଅସ୍ଥିର କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଅନେକ ଶକ୍ତିଶାଳୀ ସଂଗଠନ ବିରୋଧୀଙ୍କ ନିର୍ଦ୍ଦେଶରେ ମୋତେ ହଇରାଣ କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ସେମାନେ ସଫଳ ହେବେ ନାହିଁ। ଅନ୍ୟାୟ ଏବଂ ଶୋଷଣ ବିରୋଧରେ ହେଉ କିମ୍ବା ଅଧିକାର ପାଇଁ ଲଢେଇ ହେଉ ଆଦିବାସୀମାନେ କେବେ ବି ମୁଣ୍ଡ ନୁଆଁଇ ନାହାଁନ୍ତି। ଆମେ ପ୍ରତ୍ୟେକ ସାମ୍ନାରେ ସଂଘର୍ଷ କରିଛୁ ଏବଂ ଏହା ଜାରି ରଖିବୁ ବୋଲି ହେମନ୍ତ କହିଛନ୍ତି।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟରେ ହେମନ୍ତ ସୋରେନଙ୍କ ଦ୍ୱାରା ଇଡି ସମନ ବିରୋଧରେ ଦାଖଲ ହୋଇଥିବା ଆବେଦନ ସେପ୍ଟେମ୍ବର ୧୫ରେ ଶୁଣାଣି ହେବ। ଲ୍ୟାଣ୍ଡ ସ୍କାମ ମାମଲାରେ ଇଡି ମୁଖ୍ୟମନ୍ତ୍ରୀଙ୍କୁ ପଚରାଉଚରା ପାଇଁ ଡକାଇଥିଲେ।

Leave A Reply

Your email address will not be published.