ଇମ୍ରାନଙ୍କୁ ଝଟକା

0

ନୂଆଦିଲ୍ଲୀ : ବୁଧବାର ପାକିସ୍ତାନର ଏକ ସ୍ୱତନ୍ତ୍ର ଅଦାଲତ ଗୋପନୀୟ ତଥ୍ୟ ଲିକ୍‌ ମାମଲାରେ ଇମ୍ରାନ ଖାନଙ୍କ ନ୍ୟାୟିକ ହେପାଜତକୁ ସେପ୍‌ଟେମ୍ବର ୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଅଦାଲତର ଏହି ଆଦେଶ ଇମ୍ରାନ ଖାନଙ୍କ ଶୀଘ୍ର ଜେଲରୁ ବାହାରିବା ଆଶାରେ ଏକ ଝଟକା ଦେଇଛି । ସୁରକ୍ଷା କାରଣରୁ ଆଟକ୍‌ ଜେଲରେ ଗୁପ୍ତ ଡକ୍ୟୁମେଣ୍ଟ ଲିକ୍‌ ମାମଲାର ଶୁଣାଣି ହୋଇଥିଲା । ଶୁଣାଣି ସମୟରେ ଜଜ୍‌ ଅବଦୁଲ୍‌ ହସନାଟ୍‌ ଜୁଲକର୍ନାଇନ୍‌ ଇମ୍ରାନ ଖାନଙ୍କ ନ୍ୟାୟିକ ହେପାଜତକୁ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗୁପ୍ତ ଡକ୍ୟୁମେଣ୍ଟ ଲିକ୍‌ ମାମଲାରେ ଇମ୍ରାନ ଖାନଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶି ମଧ୍ୟ ଜେଲରେ ଅଛନ୍ତି । ତାଙ୍କର ନ୍ୟାୟିକ ବନ୍‌ଦୋବସ୍ତ ମଧ୍ୟ ସେପ୍‌ଟେମ୍ବର ୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଏହି ସୂଚନା ତେହେରିକ୍‌-ଇ-ଇନସାଫ୍‌ ପାର୍ଟି (ପିଟିଆଇ) ଦ୍ୱାରା ଏକ କ୍ଷୁଦ୍ର ହ୍ୱାଟସ୍‌ ଆପ୍‌ ବାର୍ତ୍ତାରେ ଦିଆଯାଇଛି ।

Leave A Reply

Your email address will not be published.